ଭୁବନେଶ୍ୱର, ୦୫/୦୨: IAS ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
-ଦେଓ ରଞ୍ଜନ କୁମାର ସିଂଙ୍କୁ ଷ୍ଟିଲ ଓ ମାଇନ୍ସ ଅତିରିକ୍ତ ଦାୟିତ୍ବ। ବତ୍ତର୍ମାନ ଉନ୍ନୟନ କମିଶନର ଅଛନ୍ତି ଦେଓ ରଞ୍ଜନ
-ସୁରେନ୍ଦ୍ର କୁମାରଙ୍କୁ ସଂସଦୀୟ ବ୍ୟାପାର ଅତିରିକ୍ତ ଦାୟିତ୍ବ। ସୁରେନ୍ଦ୍ର କୁମାର ସାଧାରଣ ପ୍ରଶାସନ ଦାୟିତ୍ବରେ ମଧ୍ୟ ରହିବେ
-ବିଷ୍ଣୁପଦ ସେଠୀ ହେଲେ ଓଡ଼ିଶା ବନ ଉନ୍ନୟନ ନିଗମ ଅଧ୍ୟକ୍ଷ। ବିଷ୍ଣୁପଦ ସେଠୀଙ୍କୁ କେବିକେ ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ବ
ଅରବିନ୍ଦ ପାଢ଼ୀଙ୍କୁ ରାଜସ୍ବ ବିଭାଗକୁ ବଦଳି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ବରେ ମଧ୍ୟ ରହିବେ ଅରବିନ୍ଦ
-ଚିତ୍ରା ଅରୁମୁଗମଙ୍କୁ ଗୋପବନ୍ଧୁ ଏକାଡେମୀ ଡିଜି ଦାୟିତ୍ବ। ଏଥିସହ ଶ୍ରମ ଓ ବିଜ୍ଞାନ କାରିଗର ଦାୟିତ୍ବରେ ରହିବେ ଚିତ୍ରା
-ଉଷା ପାଢ଼ୀଙ୍କୁ ଇଡ୍କୋ ଅଧ୍ୟକ୍ଷା ଦାୟତ୍ବ। ନଗର ଉନ୍ନୟନ ଦାୟିତ୍ବରେ ମଧ୍ୟ ରହିବେ ଉଷା
-ଶୁଭା ଶର୍ମା ଜଳସମ୍ପଦ ବିଭାଗର ନୂଆ ପ୍ରମୁଖ ସଚିବ
-ଏନବିଏସ୍ ରାଜପୁତ ହେଲେ ନୂଆ ପରବହନ ପ୍ରମୁଖ ସଚିବ। OSRTC ଦାୟିତ୍ବରେ ମଧ୍ୟ ରହିବେ ଏନବିଏସ୍ ରାଜପୁତ
-ଗିରିଶ ଏସଏନ୍ଙ୍କୁ OMC ଅଧ୍ୟକ୍ଷ ଦାୟିତ୍ବ। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବେ ଗିରିଶ
-ମୃଣାଳିନୀ ଦର୍ଶୱାଲ ମହିଳା ଶିଶୁ ବିକାଶ ବିଭାଗ ସଚିବ
-ବଲୱନ୍ତ ସିଂହଙ୍କୁ ଓଡ଼ିଶା ହାଇୱେ ଅଥରିଟିର ଏମ୍ଡି ଦାୟିତ୍ବ। ପର୍ଯ୍ୟଟନ ବିଭାଗ ଦାୟିତ୍ବ ବି ତୁଲାଇବେ ବଲୱନ୍ତ
-ସଚିନ ରାମଚନ୍ଦ୍ର ଯାଦବ ହେଲେ ନୂଆ କୃଷି ସଚିବ। କ୍ରୀଡ଼ା ଓ ଯୁବ ବ୍ୟାପାର ଦାୟିତ୍ବରେ ବି ରହିବେ ସଚିନ
ସୁଧାଂଶୁ ମୋହନ ସାମଲ କେନ୍ଦ୍ରାଞ୍ଚଳ RDC। ଓଡ଼ିଶା ଖଣି ନିଗମ ଏମଡି ଦୟିତ୍ବରେ ବି ରହିବେ ସୁଧାଂଶୁ ମୋହନ
-ସାଦୀକ୍ ଆଲମ ହେଲେ CRUTର ନୂଆ ଏମ୍ଡି। ସାଧାରଣ ଉଦ୍ୟୋଗ ବିଭାଗର ସଚିବ ଦାୟିତ୍ବରେ ରହିବେ ସାଦୀକ୍।
-ମାନ୍ସୀ ନିମ୍ଭାଲ ହେଲେ ମିଶନ ଶକ୍ତି ବିଭାଗ ସଚିବ
-ପ୍ରେମଚନ୍ଦ ଚୌଧୁରୀ ହେଲେ ମତ୍ସ୍ୟ ପଶୁ ସମ୍ପଦ ସଚିବ
-ଅନୁପମ ଶାହଙ୍କୁ ଓବିସିସି ଏମଡିର ଅତିରିକ୍ତ ଦାୟିତ୍ବ। ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ମଧ୍ୟ ରହିବେ ଅନୁପମ ଶାହ
-ସଂଗ୍ରାମ କେଶରୀ ମହାପାତ୍ର ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ। ଦକ୍ଷିଣାଞ୍ଚଳ RDC ସହ ଉତ୍ତରାଞ୍ଚଳ RDC ଦାୟିତ୍ବରେ ରହିବେ
-ରଶ୍ମିତା ପଣ୍ଡା ହେଲେ BDA ଉପାଧ୍ୟକ୍ଷ
