ନୂଆଦିଲ୍ଲୀ, ୦୬/୦୨: ଆଜି ‘ପରୀକ୍ଷା ପେ ଚର୍ଚ୍ଚା’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସକାଳ ୧୦ଟାରେ ପ୍ରଧାନମନ୍ତ୍ରୀ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ଚାପମୁକ୍ତ ହୋଇ ପରୀକ୍ଷା ଦେବାକୁ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି। ‘ପରୀକ୍ଷା ପେ ଚର୍ଚ୍ଚା’ରେ ସାମିଲ ହୋଇଥିଲେ ଦେଶର ବିଭିନ୍ନ କୋଣ ଅନୁକୋଣରୁ ସହସ୍ରାଧିକ ଛାତ୍ରଛାତ୍ରୀ। ଚଳିତ ଥର ପ୍ରଧାନମନ୍ତ୍ରୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ ୯ମ ସଂସ୍କରଣ ଥିଲା।
ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଟିପ୍ସ ଦେଇ କହିଛନ୍ତି, ସମସ୍ତଙ୍କ ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ବି ଅଲଗା। ନିଜ ଶୈଳୀରେ ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି କହିଛନ୍ତି, ପ୍ରଥମେ ନିଜ ଅନୁଭବକୁ ସମ୍ମାନ ଦେଇ ଆଗକୁ ବଢିବାକୁ ଚେଷ୍ଟା କର। ନିଜ ରୁଚି ଅନୁସାରେ କାମ କରିବା ସହ ପାଠପଢାରେ ମନ ଦିଅ। ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ।
ନିଜ ଶୈଳୀରେ ପାଠ ପଢିବା ସହ ସର୍ବାଦା ଉତ୍ତମ ଅଭ୍ୟାସ ରଖ। ଟାଇମ୍ ମ୍ୟାନେଜମେଣ୍ଟ ଓ ବ୍ୟାୟାମ ଉପରେ କରନ୍ତୁ। ପାଠ ପଢିବା ସହ ଆଉଟ୍ ନଲେଜ୍ ଆହୋରଣ କରିବା ଦରକାର। ଶିକ୍ଷା ଓ ସ୍କିଲ୍ କ୍ୟାରିୟର୍ରେ ଭାଈଭଉଣୀ, ଅଣଦେଖା କର ନାହିଁ। ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଜରୁରୀ’
ନିଦ ଓ ଯୋଗ ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଦରକାର। ମାର୍କ ଓ ପରୀକ୍ଷାରେ ନିଜକୁ ସୀମିତ ନ ରଖନ୍ତୁ ନାହିଁ। ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି ପାଠ ପଢିଲେ ସଫଳତା ନିଶ୍ଚିତ ମିଳିବ। ପ୍ରତି ପିଲାଙ୍କ ସଫଳତା ହିଁ ଅଭିଭାବକଙ୍କ ସମ୍ମାନ ହୋଇଥାଏ।
ଏହି ‘ପରୀକ୍ଷା ପରେ ଚର୍ଚ୍ଚା’ରେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ।