କିଷ୍ଟରେ ୫ ଦିନିଆ ଫ୍ୟାକଲ୍‌ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ଉଦ୍‌ଯାପିତ

ବହୁ ପଦାଧିକାରୀଙ୍କ ଯୋଗଦାନ

ଭୁବନେଶ୍ୱର, ୦୭/୦୨: ଭୁବନେଶ୍ଵର ସ୍ଥିତ କୋଣାର୍କ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପକ୍ଷରୁ ନ୍ୟାସ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଟିଚର୍ସ ଟ୍ରେନିଙ୍ଗ ଆଣ୍ଡ ରିସର୍ଚ୍ଚ, କୋଲକାତା ସହ ଯୁଗ୍ମ ଭାବେ ଏନ୍‌ବିଏ କ୍ରେଡିଟେସନ୍ ଥୁ ଆଉଟକମ୍ ବେସ୍‌ ଏଜୁକେସନ ବିଷୟରେ ୫ ଦିନିଆ ଫ୍ୟାକଲ୍ଟି ଡେଭଲପ୍‌ମେଣ୍ଟ ପ୍ରୋଗ୍ରାମ ସଫଳତାର ସହ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଘାଯନୀ ଅଧିବେଶନରେ ମୁଖ୍ୟ ଅତିଥି ଓଡିଶା ବିଧାନସଭାର ପୂର୍ବତନ ସଚିବ ଦଶରଥୀ ଶତପଥୀ, ସମ୍ମାନିତ ଅତିଥି ଓଏଏସ୍ଏସ୍ଏଜି ଶୁକାନ୍ତ କୁମାର ପ୍ରଧାନ, କିଷ୍ଟର ଡିନ୍ ପ୍ରଫେସର୍ ଡ. ଏସ୍. ଏନ୍ ପଟ୍ଟନାୟକ, ପ୍ରିନ୍ସିପାଲ ପ୍ରଫେସର୍ ଡ. ପି.ଏସ୍ ଖୁଡିଆ ଓ ଏସ୍‌ଡବ୍ଲ୍ୟୁଓ ଇଂ ଅନିଲ ପାଣିଗ୍ରାହୀଙ୍କ ସହ ବହୁ ପଦାଧିକାରୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଏବିଏ ମାନଦଣ୍ଡ ଅନୁସାରେ ଆଉଟକମ୍ ବେସ୍‌ ଶିକ୍ଷା ପ୍ରଣାଳୀରେ ଶିକ୍ଷକମାନଙ୍କ ଦକ୍ଷତା ବୃଦ୍ଧି କରିବା । ପାଞ୍ଚ ଦିନ ଧରି ଏନ୍‌ବିଏ ଡକ୍ୟୁମେଣ୍ଟେସନ୍, ପ୍ରୋଗ୍ରାମ ଆଉଟକମ୍, କୋର୍ସ ଆଉଟକମ୍ ମ୍ୟାପିଂ, ମୂଲ୍ୟାଙ୍କନ ପ୍ରଣାଳୀ ଏବଂ ଏକ୍ରେଡିଟେସନ୍ ସମ୍ବନ୍ଧୀୟ ବିଭିନ୍ନ ପ୍ରାୟୋଗିକ ଅଧିବେଶନ ଆୟୋଜିତ ହୋଇଥିଲା । କାର୍ଯ୍ୟକ୍ରମର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଏସିଏସ୍‌ଇଆର୍ ର ସିନିୟର ପ୍ରିନ୍ସିପାଲ ସାଇଷ୍ଟ ପ୍ରଫେସର ଡ. ଶିସିର ମନ୍ତ୍ରୀ ଏବଂ ମୁଖ୍ୟବକ୍ତା ଭାବେ ରିସୋର୍ସ ପର୍ସନ ପ୍ରଫେସର ଡ. ଆର୍ ସୁଦ୍ଧରାଓ ଯୋଗଦାନ କରି ଆଉଟ୍‌କମ୍ ବେସ୍‌ ଶିକ୍ଷାର ଗୁରୁତ୍ଵ ଓ ଗୁଣାତ୍ମକ ଟେକ୍ନିକାଲ ଶିକ୍ଷାରେ ଏହାର ଭୂମିକା ବିଷୟରେ ଆଲୋଚନା କରିଥିଲେ । ଏହି ୱାର୍କସପ୍‌ରେ ଅଂଶଗ୍ରହୀ ଶିକ୍ଷକମାନେ ନୂତନ ଅଭିଜ୍ଞତା ଅର୍ଜନ କରିଛନ୍ତି ।