ପୁରୀ, ୦୮/୦୨: ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ପୁରୀ ଜିଲ୍ଲାର ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକର ଅଧ୍ୟକ୍ଷା ସରୋଜିନୀ ତରାଇଙ୍କୁ ବିଜୁ ଜନତା ଦଳ ତୁରନ୍ତ ନିଲମ୍ବନ କରିଛି।
ଫେବୃଆରୀ ୮ ତାରିଖରେ ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଦଳରୁ ନିଲମ୍ବିତ କରାଯାଇଛି। ଏ ନେଇ ବିଜେଡି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।