ଭୁବନେଶ୍ଵର: ଓଡିଶା ପ୍ରଦେଶ କଂଗ୍ରେସ କମିଟିର ମିଡିଆ ସେଲ୍ର ମୁଖ୍ୟ ଏବଂ ସାଧାରଣ ସଂପାଦକ ପଦରୁ ଇସ୍ତଫା ଦେଲେ ସତ୍ୟ ପ୍ରକାଶ ନାୟକ। ଦୀର୍ଘ ସମୟ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରିବା ପରେ ରାଜନୀତିରେ ପାଦ ଦେଇଥିଲେ ବରିଷ୍ଠ ସାମ୍ବାଦିକ ସତ୍ୟ ପ୍ରକାଶ ନାୟକ। ସେ ୨୦୧୭ ଅଗଷ୍ଟରେ କଂଗ୍ରେସରେ ଯୋଗ ଦେଇଥିଲେ। ଦଳ ତାଙ୍କୁ ପାର୍ଟିର ଗଣମାଧ୍ୟମର ଆବାହକ ଏବଂ ସାଧାରଣ ସଂପାଦକ ପଦରେ ନିଯୁକ୍ତି ଦେଇଥିଲା।
ତେବେ ବୁଧବାର ଅଚାନକ ସତ୍ୟ ନାୟକ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲାକୁମାରଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ତାଙ୍କ ଇସ୍ତଫା ରାଜ୍ୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି।