ଟି-୨୦ ବିଶ୍ୱକପ୍: ଭାରତର ଦମଦାର ବିଜୟ

ମାଟି କାମୁଡ଼ିଲା ପାକିସ୍ତାନ

କଲମ୍ବୋ, ୧୫/୦୨: ଟି ଟ୍ବେଣ୍ଟି ବିଶ୍ବକପରେ ପାକିସ୍ତାନ ବିପକ୍ଷରେ ଭାରତର ବଡ଼ ବିଜୟ। କଲମ୍ବୋରେ ପାକିସ୍ତାନକୁ ୬୧ ରନରେ ହରାଇଲା ଭାରତ। ୧୭୬ ଟାର୍ଗେଟକୁ ପିଛା କରି ପାକିସ୍ତାନ ୧୧୪ରେ ଅଲଆଉଟ୍ ହୋଇଛି। ବୁମ୍‌ରାହ, ଅକ୍ଷର, ବରୁଣ, ହାର୍ଦ୍ଦିକଙ୍କୁ ୨-୨ ୱିକେଟ, କୁଲଦୀପ ଓ ତିଲକଙ୍କୁ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି। ସେହିପରି ଇଶାନ କିସାନ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌। ବିଜୟ ସହ ସୁପର ୮ରେ ପହଞ୍ଚିଲା ଭାରତ। ଭାରତ-୧୭୫/୭ ଓ ପାକିସ୍ତାନ-୧୧୪/୧୦ ହାସଲ କରିଛି।