ଚାଷୀଙ୍କୁ ୮୦୦ ଟଙ୍କା ନୁହେଁ, ୭୩୧ ଟଙ୍କା ଇନ୍‌ପୁଟ୍‌ ସବ୍‌ସିଡି ମିଳୁଛି

ଏବେ ସୁଦ୍ଧା ୫୯ ଲକ୍ଷ ମେଟ୍ରିକ ଧାନ କିଣା ସରିଛି

ଭୁବନେଶ୍ୱର, ୧୮/୦୨: ବିଧାନସଭା ଅଧିବେଶନର ପ୍ରଶ୍ନକାଳ ସମୟରେ ବିଜେଡ଼ି ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ଵାଳଙ୍କ ପ୍ରଶ୍ନରେ ଉତ୍ତର ରଖି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, କେନ୍ଦ୍ର ୨୩୬୯ରେ ଧାନ କିଣୁଛି, ରାଜ୍ୟ ସରକାର ଦେଉଛନ୍ତି ୭୩୧ ଟଙ୍କା। ସ୍ପଷ୍ଟ କରୁଛି ସରକାର ୮୦୦ ବଦଳରେ ୭୩୧ ଟଙ୍କା ସବ୍‌ସିଡି ଦେଉଛନ୍ତି। ଯଦି ୮୦୦ ଟଙ୍କା ଦେଇଥାନ୍ତେ, ୩୧୬୯ ଟଙ୍କାରେ ଧାନ କିଣିଥାନ୍ତେ ସରକାର।

ସେହିପରି ଆଜି ସୁଦ୍ଧା ଧାନ କିଣା ତଥ୍ୟ ମୁତାବକ, ବର୍ତ୍ତମାନ ସୁଦ୍ଧା ମଣ୍ଡିକୁ ୫୯ ଲକ୍ଷ ୯୨ ହଜାର ୮୬୪ ମେଟ୍ରିକ ଟନ୍‌ ଧାନ ଆସିଛି। ୫୯ ଲକ୍ଷ ୭୩ ହଜାର ୫୫୨ ମେଟ୍ରିକ ଧାନ କିଣା ହୋଇଛି। ୫୮ ଲକ୍ଷ ୬ ହଜାର ୪୩୨ ମେଟ୍ରିକ ଟନ ଧାନ ଉଠା ହୋଇଛି। ୧ ଲକ୍ଷ ୯୪ ହଜାର ୮୪୬ ମେଟ୍ରିକ ଟନ ଧାନ ମଣ୍ଡିରେ ପଡ଼ି ରହିଛି। ଏବେ ୧୩ ଲକ୍ଷ ୯୦ ହଜାର ୯୭୮ ଚାଷୀ ଧାନ ବିକ୍ରି କରି ସାରିଛନ୍ତି। ଚାଷୀଙ୍କ ଆକାଉଣ୍ଟକୁ ଯାଇଛି ୪ ହଜାର ୪୫ କୋଟି ଟଙ୍କାର ଇନପୁଟ ସବସିଡି। MSP ବାବଦକୁ ୧୩ ହଜାର ୧୧୦ କୋଟି ଟଙ୍କା ଯାଇଛି।