ଯୌତୁକ ଜୁଇରେ ଜଳିଲା ବଧୂ

ଗର୍ଭବତୀ ଥିଲେ, ମାରିଦେଲେ

ସୁବର୍ଣ୍ଣପୁର, ୧୮/୦୨: ପୁଣି ଯୌତୁକ ଜୁଇରେ ଜଳିଲା ବଧୂ। ଶାଶୁ ଘରେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁ ହେବା ପରେ ଆସିଛି ସାଂଘାତିକ ଅଭିଯୋଗ। ସୋନପୁର ସହର ରାମଜୀ ନଗର ଘରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଥାନାରେ ଏତଲା ପରେ ସ୍ବାମୀ ଓ ଶାଶୁକୁ ଅଟକ ରଖି ପୋଲିସ ଛାନଭିନ ଚଳାଇଛି।

ସୂଚନା ମୁତାବକ, ବୌଦ୍ଧ ଯାଲୋଇ ଗାଁରେ ବିବାହ କରିଥିବା ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆସିଛି। ଯୌତୁକ ପାଇଁ ଶାଶୂଘର ଲୋକେ ପିଟି ପିଟି ମାରିଦେଇଥିବା ଅଭିଯୋଗ ରହିଛି। ମହିଳା ଜଣକ ୮ ମାସର ଗର୍ଭବତୀ ଥିଲେ। ମୃତ ମହିଳା ସ୍ବାମୀଙ୍କ ପରିବାର ସହ ସୁବର୍ଣ୍ଣପୁର ସହର ରାମକୃଷ୍ଣ ନଗରରେ ରହୁଥିଲେ। ଶାଶୁ ଘର ଲୋକ ୫ ଲକ୍ଷ ଟଙ୍କା ଯୌତୁକ ମାଗିଥିଲେ। ପ୍ରଥମେ ୩ ଲକ୍ଷ ଦେଇଥିଲେ ବାକି ୨ ଲକ୍ଷ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମହିଳାଙ୍କ ବାପା ଘର ଲୋକ। ପୋଲିସ ତଦନ୍ତ ଆରମ୍ଭ କରିଛି।