ବୋଲଗଡ଼, ୧୮/୦୨: ବୋଲଗଡ଼ର ବିଡିଓଙ୍କ ବଦଳି ଘଟଣାକୁ ନେଇ ବୋଲଗଡ଼ରେ ସୃଷ୍ଟି ହୋଇଛି ଅପ୍ରୀତିକର ପରିସ୍ଥତି। ବ୍ଲକ ଅଫିସ ଫାଟକ ନିକଟରେ ପୁଲିସ ଜନତା ଧସ୍ତାଧସ୍ତି ହୋଇଛନ୍ତି। ଏପରି ସ୍ଥିତିରେ ବୋଲଗଡ଼ ବିଡିଓଙ୍କ କାର୍ ଭାଙ୍ଗି ଦେଇଛନ୍ତି ନିର୍ବାଚିତ ଜନପ୍ରତିନିଧି।
ବିଡିଓଙ୍କୁ ହଟାଇବା ଦାବିରେ ତାତିଛନ୍ତି ନିର୍ବାଚିତ ଜନପ୍ରତିନିଧି। ବ୍ଲକ ଅଫିସରେ ଧସେଇ ପଶିବା ବେଳେ ପୋଲିସ ସହ ଠେଲାପେଲା ପରିସ୍ଥିତି ଉପୁଜିଥିଲା।
ତେବେ ୧୦ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି ଅନେକ ନିର୍ବାଚିତ ଜନପ୍ରତିନିଧି। ବିଡିଓ ଅସମ୍ମାନ କରୁଥିବା ଓ ଗଣତନ୍ତ୍ର ଦିବସରେ ଅସହଯୋଗ କରିଥିବା ଅଭିଯୋଗ କରିଛନ୍ତି। ବ୍ଲକ ଅଧ୍ୟକ୍ଷାଙ୍କ ସହ ୧୯ ପଞ୍ଚାୟତର ଜନପ୍ରତିନିଧି ଆନ୍ଦୋଳନ ଚଳାଇଛନ୍ତି।