କଟକ, ୧୮/୦୨: କଟକ ସହରରେ ଚାଞ୍ଚଲ୍ୟ। ଗୁଳିକାଣ୍ଡରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ନାଁ ହେଉଛି ସୌମ୍ୟ ରଞ୍ଜନ ଜେନା ଓରଫ ରିଙ୍କୁ। ଗୁଳିମାଡ଼ର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି।
ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍ କଲୋନୀରେ ଫାୟାରିଂ ହୋଇଥିଲା। ସାଙ୍ଗମାନେ ମିଶି ଭୋଜି କଲା ବେଳେ ସ୍ପଷ୍ଟ ଦିବାଲୋକରେ ରିଙ୍କୁଙ୍କୁ ଗୁଳିମାଡ଼ ହୋଇଥିଲା। ତାଙ୍କ ଛାତିରେ ଗୁଳି ବାଜିଥିଲା। ଗୁରୁତର ଅବସ୍ଥାରେ ରିଙ୍କୁଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ସେ ଭଲ କ୍ରିକେଟ ଖେଳନ୍ତି ଓ କାହା ସହ ଶତ୍ରୁତା ନ ଥିଲା ବୋଲି କହିଛନ୍ତି ସାଙ୍ଗ। କିଏ ଓ କାହିଁକି ଗୁଳି କଲା ସ୍ପଷ୍ଟ ହୋଇନି।