କ୍ରୀଡାର ଉନ୍ନତି ପାଇଁ ଆଦିତ୍ୟ ଆଲୁମିନିୟମର ଏକ ଉଚ୍ଚ କୁଟୀର ପ୍ରୟାସ
ଗ୍ରାମାଞ୍ଚଳରେ ଥିବା ଖେଳାଳୀମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା ମୁଖ୍ୟ ଉଦ୍ଦେଶ୍ୟ
ରେଙ୍ଗାଲି, ୧୮/୦୨: ଆଦିତ୍ୟ ଆଲୁମିନିୟମ ଲପଙ୍ଗା ଦ୍ବାରା ସ୍ଥାନୀୟ କ୍ରୀଡାବିତ୍ମାନଙ୍କୁ ନେଇ ଏକ ସମ୍ବର୍ଦ୍ଧନା କାର୍ଯକ୍ରମ ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମଟି ଆଦିତ୍ୟ ଗୋଷ୍ଠୀ ଉନ୍ନୟନ କାର୍ଯକ୍ରମର ପ୍ରକଳ୍ପ ଲକ୍ଷ୍ୟର ଅନ୍ତର୍ଗତ ଅଟେ। ଗ୍ରାମ ପ୍ରତିଭାକୁ ଲୋକଲୋଚନକୁ ଆଣିବା ପାଇଁ ଏକ ପ୍ରଶିକ୍ଷକ ନିଯୁକ୍ତ କରାଯାଇଛି। ଉକ୍ତ କାର୍ଯ୍ୟରେ ୫ ଗୋଟି ପଞ୍ଚାୟତ (ଲପଙ୍ଗା, ବୋମାଲୋଇ, କତରବଗା, ଜଙ୍ଗଲା, ଘିଚାମୁରା) ର ୧୮ ଟି କ୍ଲବର କ୍ରିକେଟ୍ ଓ ଫୁଟବଲର ଖେଳାଳୀମାନେ ଯୋଗ ଦେଇଥିଲେ। ଉକ୍ତ କାର୍ଯ୍ୟକର୍ମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଥିବା ଖେଳାଳୀମାନଙ୍କର ପ୍ରତିଭାକୁ ଲୋକଲୋଚନକୁ ଆଣିବା। ଇତି ଅବସରରେ ଖେଳାଳୀ ମାନଙ୍କୁ ଉତ୍ସାହ କରିବା ପାଇଁ କ୍ରିକେଟ୍ ଓ ଫୁଟବଲ୍ର କ୍ରୀଡା ସାମଗ୍ରୀ ବିତରଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବୋମାଲୋଇ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଶେଷଦେବ ପ୍ରଧାନ, ଲପଙ୍ଗା ପଞ୍ଚାୟତର ସମିତି ସଭ୍ୟ ଶ୍ରୀଯୁକ୍ତ କିରଣ ବେହେରା, ସମାଜ ସେବୀ ସୁଶାନ୍ତ ବାରିକ, ସୁଧୀର ଗୁପ୍ତା ଉପସ୍ଥିତ ରହି ଖେଳାଳୀଙ୍କୁ ଉତ୍ସାହିତ କରିଥିଲେ ଓ ଆଦିତ୍ୟ ଆଲୁମିନିୟମ କାରଖାନାର ମାନବ ସମ୍ବଳ କ୍ଲଷ୍ଟ୍ରର ମୁଖ୍ୟ ଶ୍ରୀଯୁକ୍ତ ଡକ୍ଟର କ୍ରିଷ୍ଣା ପାଢ଼ୀ, କାରଖାନାର ମୁଖ୍ୟ ପରିଚାଳକ ଶ୍ରୀଯୁକ୍ତ ଜଗନ୍ନାଥ ପ୍ରସାଦ ନାୟକ, ମାନବ ସମ୍ବଳ ମୁଖ୍ୟ ଶ୍ରୀଯୁକ୍ତ ବିନୋଦା ନନ୍ଦ ଠାକୁର, ବାଣିଜ୍ୟର ମୁଖ୍ୟ ଶ୍ରୀଯୁକ୍ତ ଅମିତ୍ ପଣ୍ଡା, ଉପସ୍ଥିତ ରହି ଖେଳାଳୀମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ। ସିଏସଆର୍ କ୍ଲଷ୍ଟର ମୁଖ୍ୟ ଶ୍ରୀଯୁକ୍ତ ଶିବ ମହାପାତ୍ର ଉପସ୍ଥିତ ଖେଳାଳୀମାନଙ୍କୁ ଆଜିର କାର୍ଯ କ୍ରମ ଉପରେ ଅବଗତ କରାଇଥିଲେ। ଉପପ୍ରବନ୍ଧକ ଶ୍ରୀଯୁକ୍ତ ମନୋରଂଜନ ବେହେରା ମଞ୍ଚ ପରିଚାଳନା କରିଥିଲେ ଓ କାର୍ଯ୍ୟକ୍ରମଟି ସିଏସଆର୍ ମୁଖ୍ୟ ଶ୍ରୀଯୁକ୍ତ ରବି ନିୱାସଙ୍କ ତତ୍ବାବଧାନରେ ପରିଚାଳିତ ହୋଇଥିଲା। ଆଦିତ୍ୟ ଆଲୁମିନିୟମର ଖେଳାଳୀମାନଙ୍କ ପାଇଁ ଏଭଳି ଉନ୍ନତି ମୂଳକ କାର୍ଯ୍ୟକ୍ରମ ପାଇଁ ପାରିପାର୍ଶ୍ବିକ ଅଞ୍ଚଳ କ୍ରୀଡାବିତ୍ ମାନେ ପ୍ରଶଂସା କରିଥିଲେ।