ଚନ୍ଦ୍ରଶେଖରପୁରରେ ଖୋଲିଲା ଶ୍ରୀଲେଦର୍ସର ନୂତନ ଶୋରୁମ

ଦେଶରେ ପ୍ରଥମ ଥର ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ ଆରମ୍ଭ ହେଲା ‘ଛୋଟା ଭୀମ୍ କଲେକ୍ସନ୍‌’

ଭୁବନେଶ୍ୱର, ୨୦/୦୨: ଦୀର୍ଘ ୭୦ ବର୍ଷର ପୁରାତନ ଫୁଟ୍‌ୱେୟାର୍ ତଥା ଜୋତା ଶିଳ୍ପ ବ୍ୟବସାୟରେ ଏକ ନିର୍ଭରଯୋଗ୍ୟ ବ୍ରା ଭାବେ ପରିଚିତ ଶ୍ରୀଲେଦର୍ସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଖୋଲିଛି ନୂତନ ଶୋରୁମ । ଏଠାରେ ଓଡ଼ିଶାର ଗ୍ରାହକଙ୍କ ପାଇଁ ରହିଛି ଉତ୍ତମ ମାନର, ଆରାମଦାୟକ ତଥା ଷ୍ଟାଇଲିସ୍ ସାମଗ୍ରୀ । ଏହି ନୂତନ ଶୋରୁମରେ ବିଶ୍ୱସ୍ତରୀୟ ଜୋତା, ଚମଡ଼ାରେ ନିର୍ମିତ ବ୍ୟାଗ୍‌, ଟ୍ରାଭେଲ୍ ବ୍ୟାଗ୍‌, ସ୍ପୋର୍ଟ ଜୋତା, ଆକ୍ଟିଭ୍ ୱେର୍ ଆଦି ସୁଲଭ ମୂଲ୍ୟରେ ଉପଲବ୍ଧ ହେବ ।

ଦେଶବାସୀଙ୍କୁ ଅପେକ୍ଷାକୃତ ସ୍ୱଳ୍ପ ମୂଲ୍ୟରେ ଆରାମଦାୟକ ଜୋତା ଯୋଗାଇଦେବା ପାଇଁ ୧୯୫୨ ମସିହାରେ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ସୁରେଶ ଚନ୍ଦ୍ର ଦେ, ଶ୍ରୀଲେଦର୍ସ ବ୍ୟବସାୟ ଆରମ୍ଭ କରିଥିଲେ । ୭୦ ବର୍ଷ ପୁରାତନ ଏହି ବ୍ରା ଜୋତା ବଜାରରେ ଗୁଣାତ୍ମକ ଉତ୍ପାଦ ଏବଂ ଗ୍ରାହକ ସନ୍ତୁଷ୍ଟୀକରଣ କ୍ଷେତ୍ରରେ ନିଜର ପ୍ରତିଷ୍ଠା ବଜାୟ ରଖିଛି । ଏହି ପରିପ୍ରେକ୍ଷୀରେ ଶ୍ରୀଲେଦର୍ସର ଅଂଶୀଦାର ଶ୍ରୀ ଶେଖର ଦେ କହିଛନ୍ତି ଯେ, ପ୍ରତ୍ୟେକ ନୂତନ ଉତ୍ପାଦର ଗୁଣବତ୍ତା ଏବଂ ଗ୍ରାହକଙ୍କ ଗ୍ରହଣୀୟତା ବିଷୟରେ ନିଶ୍ଚିତ ହେବା ପରେ ହିଁ ଆମେ ଏହାକୁ ଆମର ଅନ୍ୟାନ୍ୟ ଫ୍ରାଞ୍ଚାଇଜ୍‌ରେ ବଣ୍ଟନ କରୁ ।

ସମସ୍ତ ବର୍ଗର ଗ୍ରାହକଙ୍କୁ ସୁଲଭ ମୂଲ୍ୟରେ ବିଶ୍ୱସ୍ତରୀୟ ଜୋତା, ବ୍ୟାଗ୍ ଓ ନିତ୍ୟ ବ୍ୟବହାର୍ଯ୍ୟ ଚମଡ଼ା ସାମଗ୍ରୀ ଯୋଗାଇବାରେ ଶ୍ରୀଲେଦର୍ସ ଜୋତା ବଜାରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । ଏସ୍‌ଏଲ୍ ପ୍ରିମିୟମ୍‌’ ହେଉଛି ଏହାର ଏକ ନୂତନ ବର୍ଗ, ଯାହାକୁ ଗ୍ରାହକମାନଙ୍କଠାରୁ ବେଶ୍ ଭଲ ଫିଡ୍‌ବ୍ୟାକ୍ ମିଳିଛି ।

ଶ୍ରୀଲେଦର୍ସ ଏବେ ପିଲାମାନଙ୍କ ପାଇଁ ନେଇଆସିଛି ସ୍ୱତନ୍ତ୍ର “ଛୋଟା ଭୀମ୍ କଲେକ୍ସନ୍‌” । ସମଗ୍ର ଦେଶରେ ଏହି କଲେକ୍ସନ୍ ଉନ୍ମୋଚନ ହେବାରେ ଭୁବନେଶ୍ୱର ହେଉଛି ପ୍ରଥମ ସହର । ଏହି ଅବସରକୁ ଆହୁରି ଉାହଜନକ କରିବା ପାଇଁ ଫେବୃଆରୀ ୨୦ ତାରିଖ ଦିନ ଚନ୍ଦ୍ରଶେଖରପୁର ଷ୍ଟୋର୍‌ରେ “ଛୋଟା ଭୀମ୍‌” ମାସ୍କଟ୍‌ମାନେ ଉପସ୍ଥିତ ରହିବେ ଯେଉଁଠି ପିଲାମାନେ ସେମାନଙ୍କ ପ୍ରିୟ କାର୍ଟୁନ୍ ଚରିତ୍ରଙ୍କ ସହ ଫୋଟୋ ଉଠାଇବାର ମଜା ପାଇପାରିବେ ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବ୍ରାର ଭବିଷ୍ୟତ ବିଷୟରେ ଅଭିବ୍ୟକ୍ତି ପ୍ରକାଶ କରି ପରିବାରର ତୃତୀୟ ପିଢି ତଥା ଅଂଶୀଦାର ଶ୍ରୀ ସୁଶାନ୍ତୋ ଦେ କହିଛନ୍ତି ଯେ, ବର୍ତ୍ତମାନ ଆମେ କ୍ରୀଡ଼ା ଭିତ୍ତିକ ଜୋତା ଉତ୍ପାଦନ ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ଚାହୁଁଛୁ । ଜୋତାର ଗୁଣବତ୍ତା ବିଶ୍ୱସ୍ତରୀୟ ହେବା ସହ ଏହାର ମୂଲ୍ୟ ଗ୍ରାହକଙ୍କୁ ସୁହାଇଲା ଭଳି ହେବ । ଏହି ସମସ୍ତ କ୍ରୀଡ଼ା ଭିତ୍ତିକ ଜୋତା, ସ୍ପୋର୍ସ ୱେର୍ ଏବଂ ଆକ୍ଟିଭ୍ ୱେର୍‌, ଏସ୍‌ଏଲ୍ ସ୍ପୋର୍ସ ବ୍ରାରେ ବିକ୍ରି ହୋଇଥାଏ । ଗତ ଏକ ବର୍ଷ ମଧ୍ୟରେ ଶ୍ରୀଲେଦର୍ସ ପୂର୍ବ ଓ ଦକ୍ଷିଣ ଭାରତର ବିଭିନ୍ନ ରାଜ୍ୟ ଯଥା ଝାରଖ, ବିହାର, ଓଡ଼ିଶା ଆଦି ସ୍ଥାନରେ ପ୍ରାୟ ୧୦ରୁ ଅଧିକ ଷ୍ଟୋର ସଫଳତାର ସହ ପରିଚାଳନା କରୁଛି । ଆଞ୍ଚଳିକ ଷ୍ଟୋର୍ ପ୍ରତିଷ୍ଠା, ଦେଶ ବ୍ୟାପୀ ଅଧିକରୁ ଅଧିକ ଗ୍ରାହକଙ୍କ ନିକଟରେ ପହଞ୍ଚିବାର ଆମ ପ୍ରୟାସକୁ ସମୃଦ୍ଧ କରିବାରେ ସହାୟକ ହେବ ।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପୂଜାରିଣୀ ଦେ ଙ୍କ ସମେତ ଶ୍ରୀଲେଦର୍ସ ମାର୍କେଟିଂ ମୁଖ୍ୟ ସୌରଭ ବିଶ୍ୱାସ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଫ୍ରାଞ୍ଚାଇଜ୍ ମାଲିକ ମାନିକ୍ ହଂସ ଏବଂ ପପୁ ହଂସ ଉପସ୍ଥିତ ଥିଲେ ।

ଦେଶର ସମସ୍ତ ଗ୍ରାହକ ମାନଙ୍କ ପାଇଁ ବିଭିନ୍ନ ସ୍ଥାନରେ ନୂତନ ଷ୍ଟୋର ଖୋଲିବା ପାଇଁ ଶ୍ରୀଲେଦର୍ସର ଯୋଜନା ରହିଥିବା ବେଳେ ଫ୍ରାଞ୍ଚାଇଜ୍ ଭାଗିଦାରୀକୁ ମଜଭୁତ କରିବା ଦିଗରେ ଏହା କାର୍ଯ୍ୟ କରୁଛି । ଗ୍ରାହକଙ୍କ ବିଶ୍ୱସ୍ତତା ପାଇଁ ବେଶ୍ ଗର୍ବିତ ଥିବା ଏହି ବ୍ରା ଗତ ୩ ପିଢି ଧରି ନିଜର ଗ୍ରାହକଙ୍କ ସହ ଏହି ସଂଯୋଗ ବଜାୟ ରଖିପାରିଛି । ସେପ୍ଟେମ୍ବର ୨୦୨୦ରେ ଆରମ୍ଭ ହୋଇଥିବା ୱେବ୍‌ସାଇଟ୍ ଦ୍ୱାରା ଅନ୍‌ଲାଇନ୍ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ଏହା ନିଜ ସ୍ଥାନ ସୁଦୃଢ କରିପାରିଛି । ଭାରତର ବିଭିନ୍ନ ସ୍ଥାନରେ ଶ୍ରୀଲେଦର୍ସର ଫ୍ରାଞ୍ଚାଇଜ୍ ଖୋଲିବା ରଣନୀତି ହିଁ ଏହି ବ୍ରାର ସଫଳତାର ମୂଳମନ୍ତ୍ର ।