ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମେଗା ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ
ଗ୍ରାହକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟ
ଭୁବନେଶ୍ୱର, ୨୧/୦୨: ସହଜ, ସୁଗମ, ଅସୁବିଧାମୁକ୍ତ ଏବଂ ଉପଯୁକ୍ତ ଖୁଚୁରା ଋଣ ସମାଧାନ ସହିତ ପ୍ରତ୍ୟେକ ଗ୍ରାହକଙ୍କ ନିକଟରେ ପହଞ୍ଚିବା ଏବଂ ସେମାନଙ୍କୁ ସଶକ୍ତ କରିବା ଲକ୍ଷ୍ୟରେ ସେଣ୍ଟ୍ରାଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ପକ୍ଷରୁ ସାରା ଦେଶରେ ଏହାର ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ୨୧ ତାରିଖରେ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ, ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ମଧ୍ୟ ଏକ ମେଗା ରିଟେଲ୍ କ୍ରେଡିଟ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ ସ୍ଥାନୀୟ ହୋଟେଲ ଏକ୍ସେଲେନ୍ସିଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମହାପ୍ରବନ୍ଧକ ବିବେକ କୁମାର, ବ୍ୟାଙ୍କର ଭୁବନେଶ୍ୱର କ୍ଷେତ୍ରୀୟ କାର୍ଯ୍ୟାଳୟର କ୍ଷେତ୍ରୀୟ ମୁଖ୍ୟ ପଙ୍କଜ କୁମାର, ଉପ-କ୍ଷେତ୍ରୀୟ ମୁଖ୍ୟ ସୁରେଶ ଚନ୍ଦ୍ରଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ୧୫୦ରୁ ଉର୍ଦ୍ଧ୍ୱ ସମ୍ଭାବ୍ୟ ଗ୍ରାହକ ସକ୍ରିୟ ଅଂଶଗ୍ରହଣ କରିଥିଲେ । ବିବେକ କୁମାର ବ୍ୟାଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ଖୁଚୁରା ଋଣ ଉତ୍ପାଦ ଯେପରି ସେଣ୍ଟ ସ୍ୱର୍ଣ୍ଣ ଋଣ , ସେଣ୍ଟ ଗୃହ ଋଣ, ସେଣ୍ଟ ଗୃହ ଲକ୍ଷ୍ମୀ ହୋମ୍ ଲୋନ୍ (କେବଳ ମହିଳାମାନଙ୍କ ପାଇଁ), ସେଣ୍ଟ ବନ୍ଧକ ଋଣ ଏବଂ ସେଣ୍ଟ ଗାଡି ଋଣ ଉପରେ ପ୍ରତିଯୋଗିତାମୂଳକ ସୁଧ ହାର ଏବଂ ଜିରୋ ପ୍ରୋସେସିଂ ଚାର୍ଜ ଉପରେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭିନ୍ନ ଶାଖାର ହିତାଧିକାରୀମାନଙ୍କୁ ୨୫ କୋଟି ଟଙ୍କାର ଋଣ ମଞ୍ଜୁରୀ ପତ୍ର ବଣ୍ଟନ କରାଯାଇଥିଲା ।