ରାଜଧାନୀରେ ଛାତିଥରା ଘଟଣା: ଆଇଆରଏସ ଅଫିସରଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ
ଦୁଷ୍କର୍ମ ସହ ବ୍ଲାକମେଲ କରୁଥିବା ଅଭିଯୋଗ ଆଣିଲେ ଯୁବତୀ
ଭୁବନେଶ୍ୱର, ୨୨/୦୨: ଆଇଆରଏସ୍ ଅଫିସରଙ୍କ ନାଁରେ ସାଂଘାତିକ ଅଭିଯୋଗ। ଆଇଆରଏସ ଅଫିସରଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ଜଣେ ଯୁବତୀ।
ସତ୍ସଙ୍ଗ ବିହାର ସ୍ଥିତ ସରକାରୀ କ୍ବାର୍ଟର୍ସରେ ଦୁଷ୍କର୍ମ ହୋଇଥିବା ଅଭିଯୋଗ ରହିଛି। ଦୁଷ୍କର୍ମ ସମୟକୁ ରେକର୍ଡିଂ କରାଯିବା ସହ ଭାଇରାଲ୍ କରିଦେବାକୁ ଧମକ ଦେଉଛନ୍ତି ବୋଲି କରିଛନ୍ତି ଯୁବତୀ। ଅଭିଯୋଗ ପରେ ସହୀଦନଗର ପୋଲିସ୍ ତଦନ୍ତ ଆରମ୍ଭ କରିଛି। ଡାକ୍ତରୀ ମାଇନା ପରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି।
ସୂଚନା ମୁତାବକ, ଆଇଆରଏସ ଅଫିସର ଜଣକ ସତସଙ୍ଗ ବିହାର ସ୍ଥିତ ସରକାରୀ କ୍ୱାଟର୍ସରେ ତାଙ୍କ ପରିବାର ସହିତ ରୁହନ୍ତି। ଜଗତସିଂହପୁରର ଜଣେ ଯୁବତୀ ୧୫ ତାରିଖରେ ଅଫିସରଙ୍କ ଭଉଣୀଙ୍କ ସହ ତାଙ୍କ ଘରକୁ ଯାଇଥିଲେ। ଏହି ସମୟରେ ଅଫିସରଙ୍କ ସ୍ତ୍ରୀ ଓ ଭଉଣୀ କୌଣସି କାମ ପାଇଁ ବାହାରକୁ ଯାଇଥିବା ସମୟରେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲେ ଆଇଆରଏସ ଅଫିସର ଜଣକ। ଏପରିକି ଦୁଷ୍କର୍ମ ବେଳର ଭିଡ଼ିଓ ରେକର୍ଡିଂ କରି ଭାଇରାଲ କରିଦେବାକୁ ଧମକ ଦେଇଥିଲେ।
ଯାହା ପରେ ଯୁବତୀ ଜଣକ ସହିଦନଗର ଥାନାରେ ଦ୍ୱାରସ୍ଥ ହୋଇଥିଲେ। ଯୁବତୀଙ୍କ ଡ଼ାକ୍ତରୀ ମାଇନା କରାଯିବା ସହ ବୟାନ ରେକର୍ଡ଼ କରାଯାଇଛି। ତଦନ୍ତ ଆରମ୍ଭ କରାଯାଇଛି।