ଭୁବନେଶ୍ୱର, ୨୫/୦୨: ଆସନ୍ତାକାଲି ଯାଏଁ ଭିଜିବ ଓଡ଼ିଶା। ୨୩ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଲେ ଆଂଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶିକା ମନୋରମା ମହାନ୍ତି।
ଘଡ଼ଘଡ଼ି ବର୍ଷା ସହ ୩୦ରୁ ୪୦ କିମି ଯାଏଁ ପବନ ବହିବା ସମ୍ଭାବନା ରହିଛି। ତେଣୁ ଏହି ଜିଲ୍ଲା ଗୁଡ଼ିକୁ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ। ଗତକାଲି ପଶ୍ଚିମା ଝଡ଼ର ପ୍ରଭାବରେ ବାୟୁମଣ୍ଡଳ ଥଣ୍ଡା ରହିଛି। ଆସନ୍ତା ୨ ଦିନ ପରେ ରାଜ୍ୟରେ ତାତି ବଢିବା ନେଇ ପୂର୍ବାନୁମାନ କରାଯାଇଛି।