ଭୟଙ୍କର ଦୁର୍ଘଟଣା; ଗୋଟିଏ ପରିବାରର ୪ ମୃତ

ବୋଲେରୋ ଡ୍ରାଇଭର ଫେରାର, ତଦନ୍ତ ଆରମ୍ଭ

ଗୋଡଭଗା, ୦୯/୦୩: ବରଗଡ଼ ଜିଲ୍ଲା ଗୋଡଭଗା ଥାନା ଅନ୍ତର୍ଗତ ମେହଣା ଗାଁ ନିକଟରେ ଘଟିଛି ଭୟଙ୍କର ଦୁର୍ଘଟଣା। ଦୁଇଟି ମୋଟରସାଇକେଲକୁ ଏକ ବୋଲେରୋ ଗାଡ଼ି ଧକ୍କା ଦେବା ଫଳରେ ଗୋଟିଏ ପରିବାରର ଚାରି ଜଣଙ୍କର ମୃତ୍ୟୁ ହୋଇଛି।

ରିପୋର୍ଟ ଅନୁଯାୟୀ, ବିବାହ ଉତ୍ସବରୁ ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି। ମୃତକମାନେ ହେଲେ ସନ୍ତୋଷ ପଧାନ (୫୫), ତାଙ୍କ ସ୍ତ୍ରୀ କହର ପଧାନ (୪୮), ତାଙ୍କ ଭାଇ ଦୟାସାଗର ପଧାନ ଏବଂ ତାଙ୍କ ୫ ବର୍ଷୀୟ ନାତି। ସନ୍ତୋଷ ପଧାନଙ୍କ ପରିବାର ଖଇରପାଲିରେ ଏକ ବିବାହ ଉତ୍ସବରୁ ଦୁଇଟି ମୋଟରସାଇକେଲରେ ବିଙ୍କା ଥାନା ଅନ୍ତର୍ଗତ ଜାମପାଲି ଗାଁକୁ ଫେରୁଥିବା ସମୟରେ ସୋମବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଅନ୍ୟ ଦୁଇ ଆହତ ନାତି ଓ ନାତୁଣୀଙ୍କୁ ବୁର୍ଲା ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ଫେରାର ବୋଲେରୋ ଡ୍ରାଇଭରକୁ ଧରିବା ପାଇଁ ତଲାସ ଆରମ୍ଭ କରିଛି।