ଭୁବନେଶ୍ୱର, ୧୧/୦୩: ଭିଜିଲାନ୍ସ ଜାଲରେ ତହସିଲଦାର। କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୭ଟି ସ୍ଥାନରେ ଏହି ଚଢ଼ାଉ ଚାଲିଛି। କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡ଼ାରେ ସମେତ ୭ଟି ସ୍ଥାନରେ ରେଡ୍ ହୋଇଛି।
ରେଡ୍ ବେଳେ ତହସିଲ୍ଦାରଙ୍କ ବିପୁଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ। ରେଡ୍ ବେଳେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ଠାବ ହୋଇଛି। ଭୁବନେଶ୍ୱର କେଶୁରାରେ ରହିଛି ୨ଟି ୩ ମହଲା କୋଠା। ଭୁବନେଶ୍ବରରେ ଅଛି ୭ଟି ଦାମୀ ପ୍ଲଟ୍। ରେଡ୍ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ ହୋଇଛି। ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ।