ଟ୍ରିପଲ୍ ମର୍ଡ଼ର; ହାତୁଡିରେ ପିଟି ପିଟି ହତ୍ଯା

ପୋଲିସର ତନାଘନା ଆରମ୍ଭ

ଦେବଗଡ଼, ୧୨/୦୩: ଦେବଗଡରେ ଟ୍ରିପଲ୍ ମର୍ଡ଼ର। ସ୍ତ୍ରୀ, ବୋହୂ ଓ ନାତୁଣୀଙ୍କୁ ହତ୍ୟା। ଜିଲ୍ଲାର ରିଆମାଳ ବ୍ଲକ କୁଣ୍ଢେଇଗୋଳା ଥାନା ଅନ୍ତର୍ଗତ ଗରିଆପାଲି ଗ୍ରାମରେ ଏଭଳି ଟ୍ରିପଲ୍ ମର୍ଡର ହୋଇଛି। ରମେଶ ଗରିଆ (୫୨) ନାମକ ଜଣେ ବ୍ୟକ୍ତି ଏକ ହାତୁଡ଼ି ସାହାଯ୍ୟରେ ନିଜ ସ୍ତ୍ରୀ, ବୋହୁ ଓ ନାତୁଣୀକୁ ଅତି ନିର୍ମମ ଭାବେ ହତ୍ୟା କରିଛି।

ଗତ କାଲି ବିଳମ୍ବିତ ରାତିରେ କୌଣସି କାରଣକୁ ନେଇ ରମେଶ ହାତୁଡ଼ି ସାହାଯ୍ୟରେ ସ୍ତ୍ରୀ ଗୁଲଗରିଆ (୪୨),ବୋହୁ ଲିପି ମହାକୁଳ (୨୪), ନାତୁଣୀ ଇଶାନୀ ଗରିଆ (୪) ଙ୍କୁ ପିଟି ପିଟି ହତ୍ୟା କରିଛି। ତେବେ ଅଭିଯୁକ୍ତ ରମେଶ ଫେରାର ଅଛି। ପୁଅ କୁଣ୍ଢେଇଗୋଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।