ଓଡ଼ିଶା କ୍ୟାଡ଼ର ଆଇପିଏସ ଅଫିସର ଏସ୍. ଦେବଦତ୍ତ ସିଂହଙ୍କୁ ବଡ଼ ଦାୟିତ୍ୱ
କେନ୍ଦ୍ରରେ ଏଡିଜି ପାହ୍ୟାରେ ନିଯୁକ୍ତି ପାଇଁ ଅନୁମୋଦନ
ଭୁବନେଶ୍ୱର, ୧୨/୦୩: କେନ୍ଦ୍ରୀୟ ଡେପୁଟେସନରେ ଯିବେ ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ। କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି (ACC) ଦେଶର ବିଭିନ୍ନ କ୍ୟାଡରର ୩୦ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) କିମ୍ବା ସମାନ ପାହ୍ୟାରେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ଓଡ଼ିଶା କ୍ୟାଡରରୁ ଦେବଦତ୍ତ ସିଂହ ହେଉଛନ୍ତି ଏକମାତ୍ର ଆଇପିଏସ ଅଫିସର ଭାବେ କେନ୍ଦ୍ରରେ ଏହି ବଡ଼ ପଦବୀ ତୁଲାଇବେ।
ଉଲ୍ଲେଖନୀୟ, ୧୯୯୮ ବ୍ୟାଚର ଆଇପିଏସ ଅଫିସର ଦେବଦତ୍ତ ସିଂହ ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।