ବିଧାନସଭାରେ ଏସସିବି ତାତି; ବିରୋଧୀଙ୍କ ହଙ୍ଗାମା

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି

ଭୁବନେଶ୍ୱର, ୧୭/୦୩: ବିଧାନସଭାରେ SCB ତାତି। କଟକ ବଡ଼ ମେଡ଼ିକାଲରେ ଘଟିଥିବା ଅଗ୍ନିକାଣ୍ଡ ଘଟଣାକୁ ହଟ୍ଟଗୋଳ କରିଛନ୍ତି ବିରୋଧୀ। ଗୃହ ଆରମ୍ଭ ହେବା ମାତ୍ରେ ବିରୋଧୀ ହଟ୍ଟଗୋଳ କରିଥିଲେ। SCB ଘଟଣାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ଦାବି କରି ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟ ନାରାବାଜି କରୁଥିଲେ। ତେଣୁ ପ୍ରଶ୍ନକାଳ ଚାଲି ନପାରିବାରୁ ଦିନ ୧୨ଟା ଯାଏଁ ଗୃହକୁ ମୁଲତବି କଲେ ବାଚସ୍ପତି।