ଭୁବନେଶ୍ୱର, ୧୮/୦୩: ବିଧାନସଭା ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଜାରି। କଟକ ବଡ଼ ମେଡ଼ିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ଗୃହ ମଧ୍ୟ ଭାଗରେ ବିରୋଧୀଙ୍କ ନାରାବାଜି ଲାଗିରହିଛି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିରୋଧୀ ସଦସ୍ୟ ଜୋରଦାର ହୋହଲ୍ଲା କରିଛନ୍ତି।
ବିଧାନସଭା ଗୃହ ଭିତରେ ବିରୋଧୀ ସଦସ୍ୟ କୋକେଇ ଶୋଭାଯାତ୍ରା କରିଛନ୍ତି। କୋକେଇ ଧରି ରିପୋର୍ଟର ଡେକ୍ସ ଚାରିପଟେ ବୁଲିଲେ ବିରୋଧୀ ବିଜେଡ଼ି ବିଧାୟକ। ‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ହେଲା ବିଧାନସଭା ପରିସର। ପ୍ରଶ୍ନକାଳ ଚାଲି ନ ପାରିବାରୁ ଗୃହକୁ ଦିନ ୧୧ଟା ୩୦ ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢ଼ୀ।