ଡାଲମାରୁ ବାହାରିଲା ବିଷାକ୍ତ ସାପ

୪୦ରୁ ଅଧିକ ଲୋକ ଅସୁସ୍ଥ

ପଟ୍ଟାମୁଣ୍ଡାଇ, ୧୯/୦୩: ଡାଲମାରୁ ବାହାରିଲା ବିଷାକ୍ତ ସାପ। ପଟ୍ଟାମୁଣ୍ଡାଇ ମ୍ୟୁନିସପାଲିଟିର ୧୦ ନଂ ୱାର୍ଡରେ ଘଟିଛି ଏପରି ଅଘଟଣ। ଲୋକେ ଭୟଭୀତ ହୋଇ ଉପଖଣ୍ଡସ୍ତରୀୟ ମେଡିକାଲ୍‌ରେ ଭର୍ତ୍ତି ହୋଇଛନ୍ତି। ମେଡିକାଲ୍‌ରେ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ୪୦ରୁ ଊର୍ଦ୍ଧ୍ବ ଲୋକ ଲମ୍ବା ଲାଇନ ଲଗାଇଛନ୍ତି।

ପଟ୍ଟାମୁଣ୍ଡାଇ ମେଡିକାଲରେ ଚିକିତ୍ସା ପରେ ସମସ୍ତେ ସୁସ୍ଥ ଥିବା ସୂଚନା ମିଳିଛି। ଭାଗବତ ସପ୍ତାହ ପାଇଁ ଭୋଜି ବେଳେ ଡାଲମାରୁ ବାହାରିଥିଲା ମଲା ସାପ। ଭାଗବତ ସପ୍ତାହ ଅଵସରରେ ଖାଦ୍ୟ ରନ୍ଧା ହୋଇଥିଲା। କିନ୍ତୁ ପ୍ରସାଦ ସେବନ ବେଳେ ଡାଲମା ହାଣ୍ଡିରେ ସାପ ଦେଖିଥିଲେ ଲୋକେ।