ବିଜେଡ଼ିର ୬ ବିଧାୟକ ନିଲମ୍ବିତ

ଦଳ ବିରୋଧୀ କାର୍ଯ୍ୟ ପାଇଁ ନବୀନଙ୍କ ବଡ଼ ଆକ୍ସନ

ଭୁବନେଶ୍ୱର, ୨୧/୦୩: କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକଙ୍କୁ ନିଲମ୍ବିତ କରିଛି ଦଳ। ଦଳ ବିରୋଧୀ କାର୍ଯ୍ୟ ପାଇଁ ୬ ବିଧାୟକ ନିଲମ୍ବିତ ହୋଇଛନ୍ତି। ବିଜେଡି ରାଜନୈତିକ ବ୍ୟାପାର କମିଟି ବୈଠକରେ ନିଷ୍ପତ୍ତି ପରେ ସୂଚନା ଦେଲେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

ସୌଭିକ୍ ବିଶ୍ବାଳ, ଚକ୍ରମଣି କହଁର, ସୁବାଷିନୀ ଜେନା, ନବକିଶୋର ମଲ୍ଲିକ, ରମାକାନ୍ତ ଭୋଇ, ଦେବୀରଞ୍ଜନ ତ୍ରିପାଠୀ ନିଲମ୍ବିତ ହୋଇଛନ୍ତି। ଏହି ୬ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଲେଖିକି ଦେବୁ ବୋଲି ପ୍ରମିଳା ମଲ୍ଲିକ କହିଛନ୍ତି।