ଭୁବନେଶ୍ୱର, ୨୩/୦୩: ଭୁବନେଶ୍ୱରରେ ହତ୍ୟା ମାମଲା କମୁଛି, ହେଲେ କଟକରେ ବଢ଼ି ଚାଲିଛି। ଏ ନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
୨୦୨୪ରେ କଟକରେ ୨୧ଟି ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା। ହେଲେ ୨୦୨୫ରେ ଏହି ସଂଖ୍ୟା ବଢ଼ି ୨୪ରେ ପହଁଚିଲା। ଭୁବନେଶ୍ୱରରେ ହତ୍ୟା ଅଧିକ ଥିଲେ ବି ୨୦୨୪ ତୁଳନାରେ ୨୦୨୫ରେ କମ୍। ୨୦୨୪ରେ ଭୁବନେଶ୍ୱରରେ ୪୩ଟି ହତ୍ୟା ମାମଲା ପଞ୍ଜିକରଣ ହୋଇଥିଲା। ଯାହା ୨୦୨୫ ମସିହାରେ କମି ୩୩ରେ ରହିଲା।
ସେହିପରି ରାଜ୍ୟରେ ବଢ଼ିବାରେ ଲାଗିଛି ଶିଶୁ ନିଖୋଜ ମାମଲା। ୨୦୨୪ରେ ୬୮୩୮ ଶିଶୁ ନିଖୋଜ, ୫୯୪୨ ଉଦ୍ଧାର ହୋଇଥିଲେ। ୨୦୨୫ରେ ନିଖୋଜ ସଂଖ୍ୟା ବଢ଼ି ୮୨୦୬ରେ ପହଞ୍ଚିଥିବା ବେଳେ କେବଳ ୬୦୩୬ ଜଣ ଉଦ୍ଧାର ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।