‘ପଶ୍ଚିମ ଏସିଆ ସ୍ଥିତି ଚିନ୍ତାଜନକ: କୂଟନୀତି ହିଁ ଏକମାତ୍ର ବାଟ’
ବିଶ୍ୱ ଅର୍ଥନୀତି ଟଳମଳ, ଭାରତ ସ୍ଥିର: ଲୋକସଭାରେ ମୋଦିଙ୍କ ବଡ଼ ବାର୍ତ୍ତା
LPG ଗ୍ୟାସ ଯୋଗାଣ ଓ କୃଷକଙ୍କୁ ପ୍ରାଥମିକତା
ନୂଆଦିଲ୍ଲୀ, ୨୩/୦୩: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ ସାରା ବିଶ୍ୱ ପ୍ରଭାବିତ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମ ଏସିଆ ସଙ୍କଟ ଉପରେ ଲୋକସଭାରେ ଅଭିଭାଷଣ ରଖିଛନ୍ତି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଏହାର ବିଶ୍ୱ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଅଭିଭାଷଣ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ବର୍ତ୍ତମାନର ବିଶ୍ୱ ପରିସ୍ଥିତି, ଭାରତର ରଣନୀତି ଏବଂ ଭାରତ ସରକାରଙ୍କ ଆଭିମୁଖ୍ୟ ସ୍ପଷ୍ଟ କରିଥିଲେ।
ପ୍ରଧାନମନ୍ତ୍ରୀ ଅଭିଭାଷଣରେ କହିଛନ୍ତି, ମିଡିଲ୍ ଇଷ୍ଟର ସ୍ଥିତି ଏବେ ସଙ୍କଟରେ ରହିଛି। ପଶ୍ଚିମ ଏସିଆ ସ୍ଥିତି ବର୍ତ୍ତମାନ ଚିନ୍ତାଜନକ ରହିଛି। ୩ ସପ୍ତାହ ହେଲାଣି ଯୁଦ୍ଧ ସଙ୍କଟ ଜାରି ରହିଛି। ସାରା ଦୁନିଆର ଅର୍ଥ ବ୍ୟବସ୍ଥା ପ୍ରଭାବିତ ହୋଇଛି। ବିଶ୍ୱ ଅର୍ଥନୀତି ଏବଂ ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇଛି। ବିଶ୍ୱ ଏହି ବିବାଦର ଶୀଘ୍ର ସମାଧାନ ସମସ୍ତ ପକ୍ଷଙ୍କୁ ଅନୁରୋଧ କରୁଛି।
ପ୍ରାୟ ୧ କୋଟି ଭାରତୀୟ ଉପସାଗରୀୟ ଦେଶଗୁଡ଼ିକରେ ରୁହନ୍ତି। ଅନେକ ଭାରତୀୟ ନାବିକ ଗଭୀର ସମୁଦ୍ର ଭିତରେ ଫସି ରହିଛନ୍ତି। ଇରାନରୁ ୧ ହଜାର ଭାରତୀୟ ସୁରକ୍ଷିତ ଫେରିଛନ୍ତି। ଯେଉଁମାନଙ୍କ ମଧ୍ୟରୁ ୭୦୦ରୁ ଅଧିକ ଡାକ୍ତରୀ ଛାତ୍ର ରହିଛନ୍ତି। ଉପସାଗରୀୟ ଦେଶର ସ୍କୁଲରେ CBSE ପରୀକ୍ଷା ବାତିଲ କରିଛି। ଛାତ୍ରଙ୍କ ଶିକ୍ଷା ବିନା ବାଧାରେ ଜାରି ରଖିବାକୁ ପଦକ୍ଷେପ ନେଉଛି।
ଏବେ ସୁଦ୍ଧା ୩.୭୫ ଲକ୍ଷ ଜନସାଧାରଣ ପ୍ରଭାବିତ ଦେଶରୁ ଫେରିଲେଣି। ପ୍ରଭାବିତ ଦେଶଗୁଡ଼ିକର ପ୍ରତ୍ୟେକ ଭାରତୀୟଙ୍କୁ ସହାୟତା ଦିଆଯାଇଛି। ଯୁଦ୍ଧ ଆରମ୍ଭ ପରଠାରୁ ସେଠାରେ ରହୁଥିବା ଭାରତୀୟଙ୍କୁ ସହାୟତା କରୁଛୁ। ୨୪ ଘଣ୍ଟିଆ ହେଲ୍ପ ଲାଇନ ବ୍ୟବସ୍ଥା ଖୋଲା ରହିଛି।
ଯୁଦ୍ଧ ଦ୍ବାରା ପ୍ରଭାବିତ ଦେଶମାନଙ୍କ ସହ ଭାରତର ବ୍ୟବସାୟ ଜଡ଼ିତ। ଯୁଦ୍ଧ ପରଠାରୁ ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଆସିବା କଷ୍ଟକର ହୋଇଛି। ବହୁ ପରିମାଣରେ କ୍ରୁଡ୍ ଅଏଲ୍, ଗ୍ୟାସ୍, ସାର ହମୁର୍ଜ ଦେଇ ଆସିଥାଏ। ପେଟ୍ରୋଲ, ଡିଜେଲ୍, ଗ୍ୟାସ୍ ଯୋଗାଣ ପ୍ରଭାବିତ ନ ହେବାକୁ ଗୁରୁତ୍ବ ଦିଆଯାଇଛି। ଯୋଗାଣରେ ଅନିଶ୍ଚିତତା ଥିବାରୁ ଘରୋଇ LPG ଗ୍ରାହକଙ୍କୁ ପ୍ରାଥମିକତା ଦିଆଯାଉଛି। ଏଥିସହ ଘରୋଇ LPG ଉତ୍ପାଦନ ବୃଦ୍ଧି କରାଯାଉଛି। ପେଟ୍ରୋଲ ଓ ଡିଜେଲ୍ ଯୋଗାଣ ସୁଗମ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି। ଭାରତ ୪୧ ଦେଶରୁ ଭାରତ ଉର୍ଜା ଉତ୍ପାଦର ଆମଦାନୀ କରିଥାଏ।
ଭାରତ ସରକାର ଗଲ୍ଫ ସାମୁଦ୍ରିକ ଅଞ୍ଚଳ ଉପରେ ଧ୍ୟାନ ରଖିଛନ୍ତି। ଯୁଦ୍ଧର ପ୍ରଭାବ ସାରା ବିଶ୍ବର ଅର୍ଥନୀତିକୁ ପ୍ରଭାବିତ କରିଛି। ଭାରତ ଉପରେ କମ୍ ପ୍ରଭାବ ନେଇ ପ୍ରୟାସ ଜାରି ରହିଛି। ସରକାର ଏକ ଆନ୍ତଃମନ୍ତ୍ରିସ୍ତରୀୟ କମିଟି ଗଠନ କରି ନଜର ରଖିଛନ୍ତି।
ଦେଶର କୃଷକଙ୍କୁ ଏହି ସଂକଟରୁ ରକ୍ଷା କରିବା ପାଇଁ କାର୍ଯ୍ୟ ଚାଲିଛି। ୟୁରିଆ ସାର ଦାମ୍ ବିଶ୍ବର ଅନ୍ୟ ଦେଶଠାରୁ କମ୍ ରଖାଯାଇଛି। କୃଷକମାନଙ୍କୁ ୨୨ ଲକ୍ଷ ସୋଲାର ପମ୍ପ୍ ବଣ୍ଟନ ହୋଇଛି। କୃଷକମାନଙ୍କ ପାଖରେ ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ ମହଜୁଦ ରହିଛି। ଗ୍ରୀଷ୍ମ ପ୍ରବାହ ଆସୁଥିବାରୁ ପାୱାର ପ୍ଲାଣ୍ଟକୁ ଷ୍ଟକ ବଢ଼ାଇବାକୁ କୁହାଯାଇଛି।
କୂଟନୀତି ଓ କଥାବାର୍ତ୍ତା ଏହି ସଂକଟ ସମାଧାନର ଏକମାତ୍ର ବାଟ। ଭାରତ ସରକାର ସଂକଟର ସମାଧାନ ପାଇଁ ପ୍ରୟାସ କରୁଛନ୍ତି। ଯୁଦ୍ଧର ପ୍ରଭାବ ଲମ୍ବା ସମୟ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି। ଯେଉଁମାନେ ଏଥିରୁ ଫାଇଦା ନେବାକୁ ଚାହୁଁଛନ୍ତି ଛାଡ଼ିବାନି। କଳାବଜାରୀ ପ୍ରତି ମଧ୍ୟ ସଚେତନ ରହିବା। କଳାବଜାରୀଙ୍କ ଉପରେ ନଜର ରଖିବାକୁ ସବୁ ରାଜ୍ୟକୁ ନିର୍ଦ୍ଦେଶ ଦେବା ସହ କଳାବଜାରୀ ଖବର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରଧାନମନ୍ତ୍ରୀ ମୋଦି ନିର୍ଦ୍ଦେଶ ଦେଇଛନ୍ତି।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ୧୧ ବର୍ଷ ମଧ୍ୟରେ ଦେଶ ସୌରଶକ୍ତି କ୍ଷମତାକୁ ବୃଦ୍ଧି କରିଛି। ପ୍ରାୟ ୩ ଗିଗାୱାଟରୁ ୧୪୦ ଗିଗାୱାଟକୁ ବୃଦ୍ଧି କରିଛି ଭାରତ। ବର୍ଷକରେ ୪୦ ଲକ୍ଷ ଛାତ ଉପରେ ସୌର ପ୍ୟାନେଲ ସ୍ଥାପନ କରାଯାଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ୍ ଯୋଜନା ମଧ୍ୟ ସାହାଯ୍ୟ କରିଛି। ଦେଶରେ ୨୦୦ଟି ସଙ୍କୁଚିତ ବାୟୋଗ୍ୟାସ୍ ପ୍ଲାଣ୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇଛି। କ୍ଷୁଦ୍ର ଜଳବିଦ୍ୟୁତ ବିକାଶ ଯୋଜନାକୁ ମଧ୍ୟ ଅନୁମୋଦନ କରାଯାଇଛି। ୫ ବର୍ଷରେ ୧୫୦୦ ମେଗାୱାଟ ନୂତନ ଜଳବିଦ୍ୟୁତ କ୍ଷମତା ଯୋଡିବ।