ତେହେରାନ, ୨୩/୦୩: ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣା ପରେ ଇରାନ୍ ଉପରେ ଘନଘନ ଆକ୍ରମଣ କରିଛି ଇସ୍ରାଏଲ। ତେହେରାନରେ ଘନ ଘନ ଆକ୍ରମଣ କରିଛି ଇସ୍ରାଏଲ୍। ଇରାନର ବିଭିନ୍ନ ଭିତ୍ତିଭୂମିକୁ ଟାର୍ଗେଟ କରି ଇସ୍ରାଏଲ ଏହି ଆକ୍ରମଣ କରିଛି।
ଅନ୍ୟପଟେ ଆମେରିକା ସହ ଇରାନର କୌଣସି କଥାବାର୍ତ୍ତା ହୋଇନି ବୋଲି କହିଛି ଇରାନ ମିଡିଆ। ଟ୍ରମ୍ପଙ୍କ କଥାବାର୍ତ୍ତା ନେଇ ଦାବିକୁ ଇରାନ ମିଡିଆ ଖଣ୍ଡନ କରିଛି। ଟ୍ରମ୍ପ୍ଙ୍କ ସହ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷରେ କଥାବାର୍ତ୍ତା ହୋଇନି ବୋଲି କହିଛି।
ସେହିପରି ଟ୍ରମ୍ପଙ୍କ ଅସ୍ତ୍ରବିରତି ଘୋଷଣାକୁ ଇରାନ ତାଚ୍ଛଲ୍ୟ କରିଛି। ଆଫଗାନିସ୍ତାନର ରାଜଧାନୀ କାବୁଲ ସ୍ଥିତ ଇରାନ୍ ଦୂତାବାସ ତାଚ୍ଛଲ୍ୟ କରି କହିଛି ଯେ, କଡ଼ା ଚେତାବନୀ ପରେ ଟ୍ରମ୍ପ ପଛକୁ ହଟିଛନ୍ତି।
ଇରାନର ପ୍ରତିରକ୍ଷା ପରିଷଦ ସୋମବାର ଚେତାବନୀ ଦେଇଥିଲା ଯେ ଯଦି ଆମେରିକା ଏବଂ ଇସ୍ରାଏଲ ଇରାନର ଉପକୂଳ କିମ୍ବା ଦ୍ୱୀପପୁଞ୍ଜ ଉପରେ କୌଣସି ଆକ୍ରମଣ କରନ୍ତି, ତେବେ ଏହା ପାରସ୍ୟ ଉପସାଗରରେ ବିସ୍ଫୋରକ ସାମୁଦ୍ରିକ ଖଣି ବିଛାଇବ। ଇରାନର ଶକ୍ତି ଭିତ୍ତିଭୂମି ଉପରେ ଆମେରିକାର କୌଣସି ଆକ୍ରମଣ ହେଲେ, ଇସଲାମିକ୍ ଗଣରାଜ୍ୟ ସମଗ୍ର ଅଞ୍ଚଳର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ କରିବ ବୋଲି କାବୁଲରେ ଥିବା ଇରାନୀ ଦୂତାବାସ କହିଥିଲା।