ନୂଆଦିଲ୍ଲୀ, ୨୫/୦୩: ଦେଶରେ ଏଲପିଜି ସିଲିଣ୍ଡର ବୁକିଂ ନିୟମ ପରିବର୍ତ୍ତନକୁ ନେଇ ସ୍ପଷ୍ଟୀକରଣ ରଖିଛି ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ। ମନ୍ତ୍ରଣାଳୟ ବୁଧବାର ସ୍ପଷ୍ଟ କରିଛି ଯେ ଏଲପିଜି ରିଫିଲ୍ ବୁକିଂ ସମୟସୀମାରେ ପରିବର୍ତ୍ତନ ସମ୍ପର୍କରେ ପ୍ରସାରିତ ଖବର ମିଥ୍ୟା ଓ ଗୁଜବ।
“ସରକାରଙ୍କ ଦୃଷ୍ଟିକୁ ଆସିଛି ଯେ କିଛି ଖବର ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିଲା ଯେ LPG ରିଫିଲ୍ ବୁକିଂ ସମୟସୀମା ପରିବର୍ତ୍ତନ କରାଯାଇଛି। PMUY ସଂଯୋଗ ପାଇଁ ୪୫ ଦିନ, ଅଣ-PMUY ସିଙ୍ଗଲ୍ ସିଲିଣ୍ଡର ସଂଯୋଗ ପାଇଁ ୨୫ ଦିନ, ଏବଂ ଅଣ-PMU ଗପY ଡବଲ୍ ସିଲିଣ୍ଡର ସଂଯୋଗ ପାଇଁ ୩୫ ଦିନ। ଏହା ସ୍ପଷ୍ଟ କରାଯାଉଛି ଯେ ଏପରି କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପ୍ରଚଳିତ ରିଫିଲ୍ ବୁକିଂ ସମୟସୀମା ଅପରିବର୍ତ୍ତିତ ରହିଛି ଏବଂ ଆଗକୁ ଏହି ନିୟମ ଜାରି ରହିବ,” ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି।
ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବିଦ୍ୟମାନ ସମୟସୀମା ହେଉଛି ସହରାଞ୍ଚଳରେ ୨୫ ଦିନ ଏବଂ ଗ୍ରାମାଞ୍ଚଳରେ ୪୫ ଦିନ।
ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, “ଜନସାଧାରଣଙ୍କୁ ଏପରି ଭୁଲ ଖବରକୁ ବିଶ୍ୱାସ କିମ୍ବା ପ୍ରସାରଣ ନକରିବାକୁ ଏବଂ ଏଲପିଜି ରିଫିଲର ଅନାବଶ୍ୟକ କିମ୍ବା ଆତଙ୍କିତ ବୁକିଂରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।