ଭୁବନେଶ୍ୱର, ୨୫/୦୩: ରାଜ୍ୟ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ୨୦୨୫ ରେ ଅପରାଧୀକ କାର୍ଯ୍ୟକଳାପକୁ ନେଇ ପ୍ରକାଶିତ ଶ୍ୱେତପତ୍ର ଉପସ୍ଥାପିତ ହୋଇଛି। ଏହି ରିପୋର୍ଟରେ ୨୦୨୫ ମସିହାର ସମଗ୍ର ଧର୍ତ୍ତବ୍ୟ ଅପରାଧ ତାଲିକା ପ୍ରକାଶ ପାଇଛି।
୨୦୨୫ ମସିହାରେ ୨,୨୯,୮୮୧ଟି ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି। ଧର୍ତ୍ତବ୍ୟ ଅପରାଧ ଯେପରିକି ଗୁରୁତର ଅପରାଧ ଯେପରି ହତ୍ୟା, ଧର୍ଷଣ, ଡକାୟତି ଆଦି ଯେଉଁଥିରେ ପୋଲିସ୍ କୋର୍ଟ ଅନୁମତି ବିନା ତଦନ୍ତ କରିପାରେ ଓ ଅଭିଯୁକ୍ତକୁ ଗିରଫ କରିପାରେ। ୨୦୨୪ ତୁଳନାରେ ଏହା ୭.୩% ବଢ଼ିଛି। ୨୦୨୪ରେ ଥିଲା ଲକ୍ଷ ୧୪ ହଜାର ୧୧୩ କର୍ତ୍ତବ୍ୟ ଅପରାଧ।
୧୩୦୪ ହତ୍ୟା, ୩୫୩ ଡକାୟତି, ୧୮୦୨ ଲୁଣ୍ଠନ, ୬,୨୮୨ ସିନ୍ଧି ଚୋରି ହୋଇଛି। ସେହିପରି ୬୦୫୩ ପ୍ରତାରଣା, ୧୦୯୫ଟି ଦଙ୍ଗା, ୨୯୯୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ୧୨,୭୮୨ଟି ମୋଟର ଦୁର୍ଘଟଣା ମଧ୍ୟ ପଞ୍ଜିକୃତ ହୋଇଛି। ମୋଟ୍ ଅପରାଧରୁ ୧ ଲକ୍ଷ ୯୮ ହଜାର ୫୧୩ଟି ମାମଲା BNS ଅନୁଯାୟୀ ପଞ୍ଜିକୃତ ହୋଇଛି।