ରଘୁନାଥ ଓ ଜୀବନଙ୍କ ଘର ବାହୁଡ଼ା

ବରିଷ୍ଠ ନେତୃତ୍ୱଙ୍କ ଉପସ୍ଥିତିରେ ବିଜେଡ଼ିରେ ମିଶିଲେ

ଭୁବନେଶ୍ୱର, ୨୫/୦୩: ବିଜେଡିକୁ ଫେରିଲେ ରଘୁନାଥ ମହାନ୍ତି ଓ ଜୀବନ ପ୍ରଦୀପ ଦାସ। ଦେବୀ ମିଶ୍ର ଓ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡ଼ିରେ ପୁଣି ଯୋଗ ଦେଇଛନ୍ତି।

ନବୀନଙ୍କ ମନ୍ତ୍ରିମଣ୍ଡଳରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ ରଘୁନାଥ। ଶେଷ ଥର ପାଇଁ ଆଇନ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ପୂର୍ବରୁ ବିଜେଡି ଟିକେଟରେ ଜୀବନ ବାଲେଶ୍ୱରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ସେହିପରି ଜୀବନ ପ୍ରଦୀପ ଦାସ ୨୦୦୯ ଓ ୨୦୧୪ରେ ବାଲେଶ୍ୱର ସଦରର ବିଧାୟକ ଥିଲେ। କିନ୍ତୁ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ। କିନ୍ତୁ ୨୦୨୦ରେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ତାଙ୍କୁ ବିଜେଡ଼ିରୁ ନିଲମ୍ବନ କରାଯାଇଥିଲା। ଏହା ପରେ ସେ ବିଜେପିରେ ଯୋଗ ଦେଇଥିଲେ। କିନ୍ତୁ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ବିଜେପିରେ ସାମିଲ୍ ହେବା ପରେ ଏହାକୁ ବିରୋଧ କରି ଜୀବନ ପ୍ରଦୀପ ଦଳରୁ ଇସ୍ତଫା ଦେଇଥିଲେ।