ଯାଜପୁର/ଦିଗପହଣ୍ଡି, ୨୫/୦୩: ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ତାଣ୍ଡବ ରଚିଛି କାଳବୈଶାଖୀ। ଯାଜପୁରରେ କାଳବୈଶାଖୀ ବର୍ଷା ଓ ପବନରେ ଭାଙ୍ଗିଲା ମହୋତ୍ସବ ଟେଣ୍ଟ। ଯଯାତି ମହୋତ୍ସବ ପାଇଁ ନିର୍ମିତ ଟେଣ୍ଟ ବର୍ଷା ପବନରେ ଭାଙ୍ଗି ପଡ଼ିଲା। ସୁଭଦ୍ରା ଶକ୍ତି ମେଳା ପାଇଁ ହୋଇଥିବା ଷ୍ଟଲ୍ ମଧ୍ୟ ଭାଙ୍ଗି ଛିନ୍ଛତ୍ର ହୋଇପଡ଼ିଛି। ବ୍ୟବସାୟ ପାଇଁ ଆସିଥିବା ଅନେକ ସାମଗ୍ରୀ ବର୍ଷା ପବନରେ ନଷ୍ଟ ହୋଇଯାଇଛି।
ସେହିପରି ଆନନ୍ଦପୁରରେ ମଧ୍ୟ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ଚାଳ ଛପର ଘର ଭାଙ୍ଗିଲା, କିଛି ସ୍ଥାନରେ ଗଛ ଉପୁଡ଼ି ପଡ଼ିଛି।
ଦିଗପହଣ୍ଡିରେ ବସ୍ ଉପରେ ପଡ଼ିଲା ଗଛ। ଲକ୍ଷ୍ମୀ ବସ୍ ଉପରେ ପଡ଼ିଲା ରାସ୍ତା କଡ଼ରେ ଥିବା ବିରାଟ ଗଛ। ତେବେ ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ୪୦ରୁ ଉର୍ଦ୍ଧ୍ବ ଯାତ୍ରୀ।