ବଙ୍ଗଳା ଫିଲ୍ମ ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ପରଲୋକ, ଦୀର୍ଘ ଦିନ ଧରି ଥିଲେ ଅସୁସ୍ଥ

ମୁମ୍ଵାଇ ୨୬।୧୦: ବର୍ତ୍ତମାନ ବଙ୍ଗଳା ଚଳଚ୍ଚିତ୍ର ଜଗତରୁ ଏକ ଖରାପ ଖବର ସାମ୍ନାକୁ ଆସିଛି। ଜାତୀୟ ପୁରସ୍କାର ବିଜେତା ତଥା ବଙ୍ଗାଳୀ ଚଳଚ୍ଚିତ୍ର ନିର୍ଦ୍ଦେଶକ ପିନାକି ଚୌଧୁରୀଙ୍କ ଦେହାନ୍ତ ହୋଇଛି। ପିନାକିଙ୍କ ପରିବାର ଏହି ଦଃଖଦ ଖବରକୁ ନିଶ୍ଚିତ କରିଛନ୍ତି। ଅନେକ ପ୍ରଶଂସକ ଏବଂ ତାରକାମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ବଙ୍ଗାଳୀ ସିନେମା ପାଇଁ ଏକ ବଡ କ୍ଷତି ବୋଲି କହିଛନ୍ତି।

କୋଲକାତାର ତାଙ୍କ ବାସଭବନରେ ପିନାକି ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ଏକ ମାସ ପୂର୍ବରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ମୃତ୍ୟୁର ତିନି ଦିନ ପୂର୍ବରୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା।