ଭୁବନେଶ୍ୱର, ୨୬/୦୩: ଟ୍ୱିନସିଟିରେ କାଳବୈଶାଖୀ ଯୋଗୁଁ ପ୍ରବଳ ପବନ ସହ କୁଆପଥର ବର୍ଷା ହୋଇଛି। କଟକ ଓ ଭୁବନେଶ୍ୱରରେ ଘଡ଼ଘଡ଼ି , ବିଜୁଳି ସହ ପ୍ରବଳ ବର୍ଷା ହୋଇଛି। ଆଗାମୀ ୩ ଘଣ୍ଟା ପାଇଁ ୪ ଜିଲ୍ଲାକୁ ବର୍ଷା ସତର୍କତା ଜାରି କରାଯାଇଛି। କଟକ, ପୁରୀ, ଖୋର୍ଦ୍ଧା ଆଉ ଜଗତସିଂହପୁର ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ପ୍ରବଳ ପବନ ସହ ମଧ୍ୟମ ଧରଣର ବର୍ଷା ହୋଇପାରେ। ୪୦ରୁ ୫୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି।
Prev Post