କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର

ବାରବାଟୀରେ ଖେଳାଯିବ T-20 ମ୍ୟାଚ୍‌

ବାରବାଟୀ, ୨୬/୦୩: କ୍ରିକେଟ୍ ପ୍ରେମୀଙ୍କ ପାଇଁ ଖୁସି ଖବର। କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଛି ଆନ୍ତର୍ଜାତୀୟ ମ୍ୟାଚ୍। ୨୦୨୬ ଡିସେମ୍ବର ୨୪ରେ ବାରବାଟୀରେ ଖେଳାଯିବ T-20 ମ୍ୟାଚ୍‌। ୨୦୨୬-୨୭ ପାଇଁ BCCI ଖେଳସୂଚୀରୁ ସ୍ପଷ୍ଟ ହେଲା ବାରବାଟୀ ମ୍ୟାଚ୍‌।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏହି ମ୍ୟାଚ ଖେଳାଯିବ। ଶ୍ରୀଲଙ୍କା ଭାରତ ଗସ୍ତରେ ଆସି ୩ଟି ODI ଓ ୩ଟି T-20 ଖେଳିବ। ୩ ମ୍ୟାଚ୍‌ T-20 ସିରିଜ୍‌ର ଦ୍ବିତୀୟ ମ୍ୟାଚ୍‌ ବାରବାଟୀରେ ଖେଳିବ। ରାଜକୋଟରେ ପ୍ରଥମ ଓ ପୁଣେରେ ତୃତୀୟ T-20 ଖେଳିବ ଶ୍ରୀଲଙ୍କା।