ନୂଆଦିଲ୍ଲୀ, ୨୭/୦୩: ପେଟ୍ରୋଲ୍ ଓ ଡିଜେଲ୍ ଉପରୁ କମିଲା ଏକ୍ସସାଇଜ୍ ଡ୍ୟୁଟି। ଏକ୍ସସାଇଜ୍ ଡ୍ୟୁଟି ବା ଉତ୍ପାଦିତ ଶୁଳ୍କ ହ୍ରାସ କଲେ କେନ୍ଦ୍ର ସରକାର। ପେଟ୍ରୋଲ ଉପରେ ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ପାଇ ୧୩ରୁ ୩ ଟଙ୍କା ହେଲା। ଡିଜେଲ୍ ଉପରେ କୌଣସି ଏକ୍ସସାଇଜ୍ ଡ୍ୟୁଟି ଲାଗୁ ହେବ ନାହିଁ। ପୂର୍ବରୁ ଡିଜେଲ୍ ଉପରେ ଏକ୍ସସାଇଜ୍ ଡ୍ୟୁଟି ଥିଲା ୧୦ ଟଙ୍କା। ଏକ୍ସାଇଜ୍ ଡ୍ୟୁଟି ହ୍ରାସ ଦ୍ୱାରା ଏହାର ସିଧାସଳଖ ଲାଭ ତୈଳ ଉତ୍ପାଦିତ କମ୍ପାନୀ ପାଇବେ। ଏହାର ଲାଭ ଗ୍ରାହକଙ୍କୁ ମିଳିବ ନାହିଁ।
ଏକ୍ସସାଇଜ୍ ଡ୍ୟୁଟି କ’ଣ?
ଏକ୍ସସାଇଜ୍ ଡ୍ୟୁଟି ବା ଉତ୍ପାଦିତ ଶୁଳ୍କ ହେଉଛି କେନ୍ଦ୍ର ସରକାରଙ୍କ ଦ୍ୱାରା ପେଟ୍ରୋଲ ଏବଂ ଡିଜେଲ୍ ଉପରେ ଲଗାଯାଉଥିବା ଏକ ପ୍ରକାରର ଟ୍ୟାକ୍ସ। ଏହା କେନ୍ଦ୍ର ସରକାରଙ୍କ ରାଜସ୍ୱର ଏକ ବଡ଼ ଉତ୍ସ ଏବଂ ଏହା ପେଟ୍ରୋଲିୟମ୍ ଉତ୍ପାଦନ/ଆମଦାନୀ ପରେ ଲାଗୁ ହୁଏ।
ଉତ୍ପାଦିତ ଶୁଳ୍କ କହିଲେ ଗ୍ରାହକଙ୍କୁ ଲାଭ ହୁଏ ନା ନାହିଁ?
ଉତ୍ପାଦିତ ଶୁଳ୍କ କମିଲେ ତୈଳ କମ୍ପାନୀଗୁଡ଼ିକ (ଯେପରି IOC, BPCL, HPCL)ର ଖର୍ଚ୍ଚ କମ୍ ହୋଇଥାଏ। ଯାହା ଫଳରେ ପେଟ୍ରୋଲ ପମ୍ପରେ ପେଟ୍ରୋଲ ଏବଂ ଡିଜେଲ୍ ର ଖୁଚୁରା ମୂଲ୍ୟ କମିଯାଏ।
କିନ୍ତୁ ଯଦି ଅନ୍ତର୍ଜାତୀୟ ବଜାରରେ କ୍ରୁଡ୍ ଅଏଲ୍ ମୂଲ୍ୟ ବଢ଼େ, ତେବେ ଶୁଳ୍କ କମ୍ ହେଲେ ମଧ୍ୟ ସମଗ୍ର ମୂଲ୍ୟ କମ୍ ହୋଇ ନ ପାରେ। ରାଜ୍ୟ ସରକାରମାନେ ନିଜର VAT କମ୍ ନ କଲେ ପୂର୍ଣ୍ଣ ଲାଭ ମିଳେ ନାହିଁ। କେତେକ ସମୟରେ ସରକାର ଶୁଳ୍କ କମାଇ ମଧ୍ୟ ଅନ୍ୟ ଉପାୟରେ ରାଜସ୍ୱ ବଢ଼ାଇବାକୁ ଚେଷ୍ଟା କରନ୍ତି।