କାହିଁକି ଅଚଳ ହୋଇଥିଲା ହ୍ଵାଟ୍ସଆପ୍ ?

ନୂଆଦିଲ୍ଲୀ: ଗତକାଲି ପ୍ରାୟ ୨ ଘଣ୍ଟା ଧରି ଅଚଳ ହୋଇଯାଇଥିଲା ହ୍ବାଟ୍ସଆପ୍ ସର୍ଭର ।  ଫଳରେ ଭାରତ ସମେତ ଅନେକ ଦେଶରେ ୟୁଜର୍ସଙ୍କୁ ହ୍ବାଟ୍ସଆପ୍ ବ୍ୟବହାର କରିବାରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦୀର୍ଘ ସମୟ ଧରି ସର୍ଭର ଡାଉନ ରହିବା କାରଣରୁ କୋଟି କୋଟି ୟୁଜର୍ସଙ୍କୁ ହ୍ବାଟ୍ସଆପ୍ ବ୍ୟବହାର କରିବାରେ ଅସୁବିଧା ହୋଇଥିଲା। ଏହି ସମୟରେ ୟୁଜରମାନେ କୌଣସି ପ୍ରକାରର ମେସେଜ୍, ଏବଂ ହ୍ବାଟ୍ସଆପ୍ ଅଡିଓ ତଥା ଭିଡିଓ କଲ୍ କରିପାରିନଥିଲେ। ତେବେ ଏହି ଘଟଣାକୁ ନେଇ ଏବେ ଏକ ବିବୃତ୍ତି ସାମ୍ନାକୁ ଆସିଛି।

ବିବୃତ୍ତିରେ କମ୍ପାନିର ମୁଖପାତ୍ର କହିଛନ୍ତି, କମ୍ପାନିର ଏକ ଟେକ୍ନିକାଲ ଏରର ଯୋଗୁ ଏପରି ହୋଇଥିଲା। ଯାହାକୁ ଏବେ ସମାଧାନ କରାଯାଇଛି। ହ୍ବାଟ୍ସଆପ୍ ପ୍ୟାରେଣ୍ଟ କମ୍ପାନି ମେଟା ଏହି ବିଷୟରେ ଅଧିକ ତଥ୍ୟ, ଦେଇନାହିଁ। ତେଣୁ ଅସୁବିଧାର ପ୍ରକୃତ କାରଣ ସ୍ପଷ୍ଟ ଭାବେ ଜଣା ପଡ଼ିନାହିଁ ।