ଢେଙ୍କାନାଳ, ୨୭/୦୩: ପୂର୍ବତନ ସାଂସଦ ଓ ବିଧାୟକ ନାରାୟଣ ସାହୁଙ୍କ ଦେହାନ୍ତ ହୋଇଛି। ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ୮୮ ବର୍ଷ ବୟସରେ ପରଲୋକ ଘଟିଛି। ସେ ବାର୍ଦ୍ଧକ୍ୟ ଜନିତ ସମସ୍ୟାରେ ପୀଡିତ ଯୋଗୁଁ କିଛି ଦିନ ଧରି ଚିକିତ୍ସିତ ହେଉଥିଲେ।
ସ୍ବର୍ଗତ ନାରାୟଣ ସାହୁଙ୍କ ଘର ପରଜଙ୍ଗ ଗେଲ୍ଲୀକାଟେଣି ଗ୍ରାମରେ। ୧୯୭୧ରୁ ୧୯୭୭ ଦୁଇ ଥର କ୍ରମାଗତ ପାଲଲହଡ଼ାର ବିଧାୟକ ଥିଲେ। ୧୯୮୦ରୁ ୧୯୮୪ ଦେବଗଡ଼ ଲୋକସଭାର ସାଂସଦ ଥିଲେ। ରାଜ୍ୟ ରାଜନୀତିରେ ତାଙ୍କର ବହୁ ଅବଦାନ ରହିଛି। ୨୦୧୯ ମସିହାରେ ୮୧ ବର୍ଷ ବୟସରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଏଚଡ଼ି କରିବା ସମୟରେ ଚର୍ଚ୍ଚାକୁ ଆସିଥିଲେ।