ଭୁବନେଶ୍ୱର, ୨୭/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ବିଜିନେସ୍ ଆଣ୍ଡ କମ୍ପ୍ୟୁଟର ଷ୍ଟଡିଜ (ଆଇବିସିଏସ୍) ପକ୍ଷରୁ ଗତ ମାର୍ଚ୍ଚ ୨୪ ଏବଂ ୨୫ ଦୁଇ ଦିନ ଧରି ବାର୍ଷିକ ଉତ୍ସବ ‘କନ୍ଭର୍ଜେନ୍ସ -୨୦୨୬’ ଆୟୋଜିତ ହୋଇଯାଇଥିବା ବେଳେ ଭୁବନେଶ୍ୱରର ୧୪ଟି ବିଭିନ୍ନ ବି-ସ୍କୁଲ ଏବଂ କଲେଜରୁ ପ୍ରାୟ ୧୨୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।
ଯୋଗ ଦେଇଥିବା ଛାତ୍ରଛାତ୍ରୀମାନେ ସଂଗୀତ, ନୃତ୍ୟ, କୁଇଜ୍, ଅଭିନୟ ଭଳି ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମର ଉଦ୍ଘାଟନୀ ଉତ୍ସବରେ ଜିନ୍ଦଲ ଷ୍ଟେନ୍ଲେସ୍ ଲିମିଟେଡ୍ର ଜେନେରାଲ ମ୍ୟାନେଜର – କର୍ପୋରେଟ ଆଫେୟାର୍ସ ଆଣ୍ଡ ଗଭର୍ଣ୍ଣମେଂଟ ରିଲେସନ୍ସ ଶ୍ରୀ ସୁଧୀ ରଞ୍ଜନ ମିଶ୍ର ଯୋଗ ଦେଇଥିବା ବେଳେ ୯୩.୫ ରେଡ ଏଫ୍ଏମ୍ ରେଡିଓର ଆରଜେ ନୀଲ୍ ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ ।
କାର୍ଯ୍ୟକ୍ରମରେ ସୋଆର କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଅଧ୍ୟକ୍ଷତା କରିଥିବା ବେଳେ ଫ୍ୟାକଲ୍ଟି ମେମ୍ବର, ଗବେଷକ ଓ ଛାତ୍ରଛାତ୍ରୀମାନେ ସାମିଲ ହୋଇଥିଲେ ।
କାର୍ଯ୍ୟକ୍ରମରେ ଆଇବିସିଏସ୍ର ଡିନ୍ ପ୍ରଫେସର ଅୟସ କାନ୍ତ ମହାନ୍ତି, ଆସୋସିଏଟ୍ ଡିନ୍ ପ୍ରଫେସର ମନୋରଞ୍ଜନ ଦାସ ଏବଂ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ବକ୍ତବ୍ୟ ରଖିଥିଲେ ।
କନ୍ଭର୍ଜେନ୍ସ ୨୦୨୬ର ସଂଯୋଜକ ଭାବେ ଡକ୍ଟର ଆଶୀଷ ମହାନ୍ତି କାର୍ଯ୍ୟ କରିଥିବା ବେଳେ ଡକ୍ଟର ପାର୍ଥୋ ପ୍ରତୀମ ଘୋଷ ଧନ୍ୟବାଦ ଅର୍ପଣ କରିଥିଲେ ।
ଉଦ୍ଯାପନୀ କାର୍ଯ୍ୟକ୍ରମରେ ସୋଆର ଉପକୁଳପତି ପ୍ରଫେସର ଅନୁପ କୁମାର ସାମନ୍ତରାୟ ଅଧ୍ୟକ୍ଷତା କରିଥିବା ବେଳେ ଜେପିଏଚ୍ ଏକ୍ସପୋର୍ଟ୍ସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ, ଏକ୍ସପୋର୍ଟ ଡିଭିଜନ୍ ଶ୍ରୀ ଜେ.ପି ସିଂ ଯୋଗ ଦେଇଥିଲେ ।
କନ୍ଭର୍ଜେନ୍ସ -୨୦୨୬ର ସଂଯୋଜକ ଡକ୍ଟର ବସନ୍ତ ପାଢ଼ୀ ବିସ୍ତୃତ ରିପୋର୍ଟ ପ୍ରଦାନ କରିଥିବା ବେଳେ କୃତି ପ୍ରତିଯୋଗୀ, ଫ୍ୟାକଲ୍ଟି, କର୍ମକର୍ତା ଓ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ସଂଯୋଜକ ଶ୍ରୀ ଶୁଭ୍ରଜ୍ୟୋତି କର ଧନ୍ୟବାଦ ଅର୍ପଣ କରିଥିଲେ ।