ଦଶପଲ୍ଲା, ୨୮/୦୩: ଶନିବାର ଭୋର ସମୟରେ ଟାକେରା ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି।
ବ୍ରହ୍ମପୁରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ‘ଅନିଲ୍’ (ଓଡି ୩୨ ସି ୨୦୮୮) ନାମକ ଏକ ଟୁରିଷ୍ଟ ବସ୍ ଭାରସାମ୍ୟ ହରାଇ ୫୭ନଂ ଜାତୀୟ ରାଜପଥର ଦଶପଲ୍ଲା ଥାନା ଅନ୍ତର୍ଗତ ଟାକରା ଘାଟି ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ହୋଇଛି।
ଯାହା ଫଳରେ ଡ୍ରାଇଭର ସମେତ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଗୁରୁତରଙ୍କୁ ଦଶପଲ୍ଲା ଓ ନୟାଗଡ଼ ସ୍ଥାନାନ୍ତରିତ କରାଯାଇଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ତେବେ ଭାରସାମ୍ୟ ହରାଇ ବସ୍ ଟି ବଡ଼ ପଥର ସହ ପିଟି ହେବା ପରେ ଓଲଟି ପଡ଼ିଥିଲା ବୋଲି ଜଣାପଡ଼ିଛି। ଯାତ୍ରୀମାନେ ଛିଟିକି ପଡିବା ସହ ବସ୍ ତଳେ କିଛି ଚାପି ହୋଇ ରହିଥିଲେ ବୋଲି ସୂଚନା ମିଳିଛି।