ଆଜିର ତାରିଖ ୨୮ ମାର୍ଚ୍ଚ ୨୦୨୬
ଆର୍ଥ ଆୱାର (Earth Hour) ହେଉଛି ବିଶ୍ୱବ୍ୟାପୀ ଏକ ପରିବେଶ ସଚେତନତା ଅଭିଯାନ। ପ୍ରତି ବର୍ଷ ମାର୍ଚ୍ଚ ମାସର ଶେଷ ଶନିବାର ରାତି ୮:୩୦ ରୁ ୯:୩୦ ପର୍ଯ୍ୟନ୍ତ ଏକ ଘଣ୍ଟା ପାଇଁ ଲୋକେ ଅନାବଶ୍ୟକ ଲାଇଟ୍ ଓ ଇଲେକ୍ଟ୍ରିକ୍ ଉପକରଣ ବନ୍ଦ କରି ଦିଅନ୍ତି। ଏହାର ଉଦ୍ଦେଶ୍ୟ ହେଉଛି ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି କରିବା। ବିଦ୍ୟୁତ୍ ସଞ୍ଚୟ କରି କାର୍ବନ୍ ଏମିସନ୍ (କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ) କମ୍ କରିବା। ପୃଥିବୀର ପରିବେଶ ରକ୍ଷା ପାଇଁ ଏକତା ପ୍ରକାଶ କରିବା।
ୱାର୍ଲ୍ଡ ୱାଇଡ୍ ପାଣ୍ଠି (WWF) ଦ୍ବାରା ଆରମ୍ଭ ଏହି ପଦକ୍ଷେପ ଏବେ ବିଶ୍ବସ୍ତରରେ ପାଳନ ହେଉଛି। ପ୍ରଥମେ ୨୦୦୭ ମସିହାରେ ଅଷ୍ଟ୍ରେଲିଆର ସିଡନୀ ସହରରେ ହୋଇଥିଲା। ପ୍ରଥମ ଥର ପାଇଁ ପାଖାପାଖି ୨୨ ଲକ୍ଷ ଲୋକ ଲାଇଟ୍ ବନ୍ଦ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ ବିରୋଧରେ ସଚେତନତା ସୃଷ୍ଟି କରିଥିଲେ। ଏହା ପରେ ସାରା ବିଶ୍ବରେ ପ୍ରାୟ ୧୯୦ଟି ଦେଶ ଆର୍ଥ ଆୱାର ଡେ ପାଳନ କରୁଛନ୍ତି।
୨୦୨୬ରେ ଏହା ୨୦ ବର୍ଷ ପୂର୍ତ୍ତି ପାଳନ କରୁଛି। ଚଳିତ ବର୍ଷର ଥିମ୍ ହେଉଛି “Give an Hour to Earth” ବା “The Biggest Hour for Earth” — କେବଳ ଲାଇଟ୍ ବନ୍ଦ ନୁହେଁ, ପରିବେଶ ପାଇଁ ଏକ ଘଣ୍ଟା ଉତ୍ସର୍ଗ କରିବା। ଓଡ଼ିଶାର ବିଖ୍ୟାତ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବର୍ଷ Earth Hour Legacy Ambassador ଭାବେ ନିଯୁକ୍ତ ହୋଇଛନ୍ତି।
ବିଶିଷ୍ଟ ବ୍ୟକ୍ତିଙ୍କ ଜନ୍ମ ଦିବସ:-
୧. ମୂନ ମୂନ ସେନ (ଜନ୍ମ- ୧୯୫୪) ଅଭିନେତ୍ରୀ ଏବଂ ରାଜନୀତିଜ୍ଞ। ସେ ହିନ୍ଦୀ, ବଙ୍ଗଳା ଓ ଅନ୍ୟାନ୍ୟ ଭାଷାର ଫିଲ୍ମରେ କାମ କରିଛନ୍ତି। ତାଙ୍କ ଝିଅ ରିଆ ସେନ ମଧ୍ୟ ଜଣେ ଅଭିନେତ୍ରୀ।
୨. ଅକ୍ଷୟ ଖାନ୍ନା (ଜନ୍ମ- ୧୯୭୫) ଜଣେ ପ୍ରତିଭାଶାଳୀ ଅଭିନେତା ଯିଏ ହିନ୍ଦୀ ଫିଲ୍ମରେ ଅନେକ ପ୍ରଶଂସିତ ଭୂମିକାରେ ଅଭିନୟ କରିଛନ୍ତି। ସେ ବହୁତ ଭଲ ଅଭିନୟ ଦକ୍ଷତା ପାଇଁ ଜଣାଶୁଣା।
ବିଶିଷ୍ଟ ବ୍ୟକ୍ତିଙ୍କ ତିରୋଧାନ ଦିବସ:-
୧. କାଭାସଜି ଜାମସେଦଜି ପେଟିଗାରା (ମୃତ୍ୟୁ- ୧୯୪୧) ମୁମ୍ବାଇ ପୋଲିସର ପ୍ରଥମ ଭାରତୀୟ ଡେପୁଟି କମିଶନର ଥିଲେ। ୧୯୨୮ରେ ନିଯୁକ୍ତ ହୋଇଥିଲେ ଏବଂ ଭାରତୀୟ ପୋଲିସ ସେବାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଥିଲେ।
୨. ସୁନ୍ଦର ଶାସ୍ତ୍ରୀ ସତ୍ୟମୂର୍ତ୍ତି (ମୃତ୍ୟୁ- ୧୯୪୩) ଜଣେ ପ୍ରମୁଖ ସ୍ୱାଧୀନତା ସଂଗ୍ରାମୀ, କଂଗ୍ରେସ ନେତା ଏବଂ ମାଡ୍ରାସ ପ୍ରେସିଡେନ୍ସିର ରାଜନୈତିକ ବ୍ୟକ୍ତିତ୍ୱ ଥିଲେ। ସେ କେ. କାମରାଜଙ୍କ ମେଣ୍ଟର ଭାବେ ପରିଚିତ ଏବଂ ଭାରତୀୟ ସ୍ୱାଧୀନତା ଆନ୍ଦୋଳନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।
୩. ବଂଶୀ ଲାଲ (ମୃତ୍ୟୁ- ୨୦୦୬) ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଭାରତର ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଏବଂ କଂଗ୍ରେସର ବରିଷ୍ଠ ନେତା ଥିଲେ। ତାଙ୍କୁ ଆଧୁନିକ ହରିୟାଣାର ସ୍ଥପତି ବୋଲି ବିବେଚନା କରାଯାଏ।
ନଜର ପକାନ୍ତୁ ଆଜିର ଦିନରେ ଘଟିଥିବା ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମ ଉପରେ:-
୧୫୬୬: ମାଲ୍ଟାର ରାଜଧାନୀ ଭାଲେଟାର ଭିତ୍ତିପ୍ରସ୍ତର ଜିନ୍ ପ୍ୟାରିସୋଟ୍ ଡି ଭାଲେଟ୍ ସ୍ଥାପନ କରିଥିଲେ।
୧୭୩୭: ମରାଠା ସାମ୍ରାଜ୍ୟ ଏବଂ ମୋଗଲ ସାମ୍ରାଜ୍ୟ ମଧ୍ୟରେ ଦିଲ୍ଲୀର ପ୍ରଥମ ଯୁଦ୍ଧ ହୋଇଥିଲା।
୧୯୧୦: ହେନରୀ ଫାବ୍ରେ ପ୍ରଥମ ବ୍ୟକ୍ତି ଭାବରେ ଏକ ସମୁଦ୍ର ବିମାନ (ହାଇଡ୍ରାଭିଅନ୍) ଉଡ଼ାଇଥିଲେ।
୧୯୨୯: ଭାରତରେ ମୁସଲମାନମାନଙ୍କ ଅଧିକାରକୁ ସୁରକ୍ଷା ଦେବା ପାଇଁ ମହମ୍ମଦ ଅଲି ଜିନ୍ନା ତାଙ୍କର “ଚୌଦ ପଏଣ୍ଟ” ଏକ ସାମ୍ବିଧାନିକ ସଂସ୍କାର ଉପରେ ପ୍ରସ୍ତାବ କରିଥିଲେ।
୧୯୪୧: ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଭାରତରୁ ପଳାଇ ଜର୍ମାନୀର ବର୍ଲିନରେ ପହଞ୍ଚିଥିଲେ।
୧୯୬୫: ମାର୍ଟିନ୍ ଲୁଥର କିଙ୍ଗ୍ ଜୁନିଅର ଆଲାବାମାରେ ଭେଦଭାବ ବିରୋଧରେ ଏକ ଐତିହାସିକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ।
୧୯୭୭: ମୋରାରଜୀ ଦେଶାଇ ପ୍ରଧାନମନ୍ତ୍ରୀ ଭାବରେ ଭାରତରେ ପ୍ରଥମ ଅଣ-କଂଗ୍ରେସ ସରକାର ଗଠନ କରିଥିଲେ।
୨୦୦୦: ପଶ୍ଚିମ ଭାରତୀୟ କ୍ରିକେଟର କୋର୍ଟନି ୱାଲ୍ସ କପିଲ ଦେବଙ୍କ ୪୩୫ ୱିକେଟ୍ ରେକର୍ଡ ଭାଙ୍ଗି ସେହି ସମୟରେ ଟେଷ୍ଟ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଖେଳାଳି ହୋଇଥିଲେ।
୨୦୧୫: ସାଇନା ନେହୱାଲ ବିଶ୍ୱର ନମ୍ବର ୱାନ୍ ମହିଳା ବ୍ୟାଡମିଣ୍ଟନ୍ ଖେଳାଳି ହୋଇଥିଲେ।