ଓଏଏସ୍ ସ୍ତରରେ ଅଦଳବଦଳ

ବିଭିନ୍ନ ଉପଜିଲ୍ଲାପାଳଙ୍କ ଅନ୍ୟତ୍ର ସ୍ଥାନାନ୍ତର

ଭୁବନେଶ୍ୱର, ୨୯/୦୩: ଓଏଏସ୍ ସ୍ତରରେ ଅଦଳବଦଳ କରିଛନ୍ତି ରାଜ୍ୟ ସରକାର। ବିଭିନ୍ନ ଉପଜିଲ୍ଲାପାଳଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପଦ୍ମପୁର ଉପଜିଲ୍ଲାପାଳ ହେଲେ ହେମସାଗର ଭୋଇ। ବଣାଇ ଉପଜିଲ୍ଲାପାଳ ହେଲେ ଅଶୋକ କୁମାର ଦାସ। କରଞ୍ଜିଆ ଉପଜିଲ୍ଲାପାଳ ଭାବେ ଦୟାସିନ୍ଧୁ ପରିଡ଼ାଙ୍କୁ ମିଳିଛି ଦାୟିତ୍ୱ। ଜୟପୁର ଉପଜିଲ୍ଲାପାଳ ଯଦୁମଣି ନାଏକ, ତାଳଚେର ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ, ରାଇରଙ୍ଗପୁର ଉପଜିଲ୍ଲାପାଳ ହେଲେ ଅଜୟ ପ୍ରକାଶ ତିର୍କୀ। ବାଙ୍କୀ ଉପଜିଲ୍ଲାପାଳ ହେଲେ ମନସ୍ବିନୀ ଦାସ। ଭଦ୍ରକର ଅତିରିକ୍ତ ଉପଜିଲ୍ଲାପାଳ ହେଲେ ସ୍ମୃତି ରଞ୍ଜନ ମଲ୍ଲିକ।