ବୁର୍ଲା, ୨୯/୦୩: ବୁର୍ଲା ଭିମ୍ସାରରେ ରେସିଡେଣ୍ଟ ଡାକ୍ତରଙ୍କ ଆତ୍ମହତ୍ୟା ଉଦ୍ୟମ। ଭିମ୍ସାର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି। ଜଣେ ରେସିଡେଣ୍ଟ ଡାକ୍ତର ବା ପିଜି ପ୍ରଥମ ବର୍ଷର ଛାତ୍ରୀ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି। ଏକାବେଳକେ ୩୦ଟି ବଟିକା ଖାଇ ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି। ଯାହା ପରେ ସ୍ୱାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି।
ତେବେ ଏହି ଘଟଣାକୁ ସ୍ବୀକାର କରିଛନ୍ତି ଭାରପ୍ରାପ୍ତ ନିର୍ଦ୍ଦେଶକ ଲାଲ ମୋହନ ନାୟକ। ସେ କହିଛନ୍ତି, କାଲି ତାଙ୍କର ଡାଇଲେସିସ୍ କରାଯାଇଥିଲା, ବର୍ତ୍ତମାନ ଅବସ୍ଥା ଭଲ ରହିଛି।
ଡ୍ୟୁଟିକୁ ନେଇ ଅଭିଯୋଗ କରିଥିବା କଥା ଶୁଣିବାକୁ ମିଳିଛି। ଏ ନେଇ ବିଭାଗୀୟ ମୁଖ୍ୟଙ୍କ ସହ ମଧ୍ୟ ଆଲୋଚନା ହୋଇଛି। ସମ୍ପୂର୍ଣ୍ଣ ସୁସ୍ଥ ହେଲା ପରେ କେଉଁ କାରଣ ପାଇଁ ଏପରି କଲେ ଜଣାପଡ଼ିବ।
ତେବେ ଶିଶୁ ରୋଗ ବିଭାଗୀୟ ମୁଖ୍ୟ ମାନସିକ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ଆସିଛି।