ପଡ଼ୋଶୀ ଦେଶରେ ଲକ୍‌ଡାଉନ୍‌!

ଯୁଦ୍ଧରେ ହାହାକାର ପରିସ୍ଥିତି; ହୀନସ୍ତା ହେଲେଣି ଲୋକ

ଇସଲାମାବାଦ, ୨୯/୦୩: ଯୁଦ୍ଧରେ ହୀନସ୍ତା ହେଲାଣି ପଡ଼ୋଶୀ ରାଷ୍ଟ୍ର। ଯୁଦ୍ଧ ପରେ ସ୍ଥିତି ଏତେ ସଙ୍ଗିନ ଯେ, ଲୋକଙ୍କୁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ପାରୁନାହାଁନ୍ତି ସରକାର। ଦେଶରେ ଶକ୍ତି ସଞ୍ଚୟ କରିବାକୁ ଶେଷରେ ଲକଡାଉନ ଘୋଷଣା କରିବାକୁ ପଡ଼ିଛି।

ସାରା ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର ହ୍ରାସ କରିବା ପାଇଁ ପାକିସ୍ତାନ ସରକାର ପ୍ରତି ସପ୍ତାହରେ ଦୁଇ ଦିନିଆ ସ୍ମାର୍ଟ ଲକଡାଉନ୍ ଲାଗୁ କରିବାକୁ ବିଚାର କରୁଛନ୍ତି।

ସୂତ୍ର ଅନୁଯାୟୀ, ଏହି ପ୍ରସ୍ତାବକୁ ପ୍ରାଦେଶିକ ସରକାରଙ୍କ ସହିତ ଆଜାଦ ଜମ୍ମୁ-କାଶ୍ମୀର ଏବଂ ଗିଲଗିଟ-ବାଲ୍ଟିସ୍ତାନର କର୍ତ୍ତୃପକ୍ଷଙ୍କ ମତାମତ ଲୋଡ଼ାଯାଇଛି। ସେମାନଙ୍କଠାରୁ ଅନୁମତି ମିଳିଲେ ପାକିସ୍ତାନର କେନ୍ଦ୍ର ସରକାର ଏ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

ପ୍ରସ୍ତାବିତ ଯୋଜନା ଅନୁଯାୟୀ, ଏପ୍ରିଲ ୪ ବା ଶନିବାର ମଧ୍ୟାହ୍ନରୁ ଏପ୍ରିଲ ୫ ବା ରବିବାର ମଧ୍ୟରାତ୍ରି ପର୍ଯ୍ୟନ୍ତ କଟକଣା ଲାଗୁ କରାଯିବ। ଏହି ସମୟ ମଧ୍ୟରେ, ବିବାହ କାର୍ଯ୍ୟକ୍ରମ ସମେତ ବାଣିଜ୍ୟିକ କାର୍ଯ୍ୟକଳାପ ସ୍ଥଗିତ ରହିବ। ବଜାର, ଅଫିସ ଏବଂ ଅନ୍ୟାନ୍ୟ ଅଣ-ଅତ୍ୟାବଶ୍ୟକୀୟ ସେବା ବନ୍ଦ ରହିବ।