ଭୋଟର ତାଲିକାରୁ ବାଦ୍ ପଡ଼ିଲେ ୭.୬୮ ଲକ୍ଷ

୧.୫୫ ଲକ୍ଷ ଲୋକଙ୍କ ପାଖରେ ଏକାଧିକ ଭୋଟର ପରିଚୟ ପତ୍ର

ଭୁବନେଶ୍ୱର, ୩୦/୦୩: ରାଜ୍ୟରେ ଭୋଟର ତାଲିକା ସଂଶୋଧନରେ ବାଦ ପଡ଼ିଛନ୍ତି ୭ ଲକ୍ଷ ୬୮ ହଜାର ମତଦାତା। ଏହି ତଥ୍ୟ ସମ୍ପର୍କରେ ବିଧାନସଭାରେ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମୁତାବକ, ୨୦୨୫ ଜାନୁଆରୀ ୬ରୁ ୨୦୨୬ ମାର୍ଚ୍ଚ ୨୨ ପର୍ଯ୍ୟନ୍ତ ମୃତ୍ୟୁଜନିତ କାରଣରୁ ୨ ଲକ୍ଷ ୩ ହଜାର ୩୯୬ ଭୋଟର ବାଦ୍ ପଡ଼ିଛନ୍ତି। ସ୍ଥାନାନ୍ତର ଯୋଗୁଁ ୪ ଲକ୍ଷ ୮ ହଜାର ୧୩୨ ଭୋଟର ବାଦ୍ ପଡ଼ିଛନ୍ତି। ଅନ୍ୟାନ୍ୟ କାରଣ ପାଇଁ ୨ ହଜାର ୬୪୬ ଭୋଟର ବାଦ ପଡ଼ିଛନ୍ତି। ସେହିପରି ୧ ଲକ୍ଷ ୫୫ ହଜାର ୩୧୮ ଜଣଙ୍କ ପାଖରେ ଏକାଧିକ ସ୍ଥାନରେ ଭୋଟର ପରିଚୟପତ୍ର ଥିଲା।

ସୁନ୍ଦରଗଡ଼ରେ ସର୍ବାଧିକ ୧ ଲକ୍ଷ ୪୪ ହଜାର ୭୨୬ ଭୋଟର ବାଦ ପଡ଼ିଛନ୍ତି। କଟକରେ ୭୪ ହଜାର ୮୮୧, ଗଞ୍ଜାମରେ ୪୭ ହଜାର ୯୮୯, ଅନୁଗୁଳରେ ୩୭ ହଜାର ୯୨୭, ପୁରୀରେ ୩୬ ହଜାର ୬୭୯ ଜଣ ଭୋଟର ବାଦ ପଡ଼ିଛନ୍ତି। ସେହିପରି ନୂତନ ସଂଯୋଗ ପାଇଁ ମୋଟ ୫ ଲକ୍ଷ ୬୭ ହଜାର ୩୪ ଜଣ ଆବେଦନ କରିଛନ୍ତି।