୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର

୪ ଜିଲ୍ଲା ପାଇଁ ୪ ଜଣ ମନ୍ତ୍ରୀଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୦୧/୦୪: ୩୦ ଜିଲ୍ଲା ପାଇଁ ଯୋଜନା କମିଟି ଗଠନ କଲେ ରାଜ୍ୟ ସରକାର। ୪ ଜିଲ୍ଲା ପାଇଁ ୪ ଜଣ ମନ୍ତ୍ରୀଙ୍କୁ ଯୋଜନା କମିଟି ଅଧ୍ୟକ୍ଷ ନିଯୁକ୍ତି କରାଯାଇଥିବା ବେଳେ ବାକି ୨୬ ଜିଲ୍ଲା ଲାଗି ୨୬ ଜଣ ବିଧାୟକଙ୍କୁ ଅଧ୍ୟକ୍ଷ ନିଯୁକ୍ତି କରାଯାଇଛି।

ଅନୁଗୁଳ ପାଇଁ ଅଶୋକ ମହାନ୍ତି, ବଲାଙ୍ଗିର ପାଇଁ ଲକ୍ଷ୍ମଣ ବାଗ୍‌, ବାଲେଶ୍ବର ପାଇଁ ପଦ୍ମଲୋଚନ ପଣ୍ଡା, ବରଗଡ଼ ପାଇଁ ଅଶ୍ବିନୀ କୁମାର ଷଡ଼ଙ୍ଗୀ, ଭଦ୍ରକ ପାଇଁ ସିତାଂଶୁ ଶେଖର ମହାପାତ୍ର, ବୌଦ୍ଧ ପାଇଁ କହ୍ନାଇ ଚରଣ ଡାଙ୍ଗ, କଟକ ପାଇଁ ଛବି ମଲ୍ଲିକ, ଦେବଗଡ଼ ପାଇଁ ମନ୍ତ୍ରୀ ସୁରେଶ ପୂଜାରୀ, ଢେଙ୍କାନାଳ ପାଇଁ ସୀମାରାଣୀ ନାୟକ, ଗଜପତି ପାଇଁ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ, ଗଞ୍ଜାମ ପାଇଁ ପୂର୍ଣ୍ଣଚନ୍ଦ୍ର ସେଠୀ, ଜଗତସିଂହପୁର ପାଇଁ ଅମରେନ୍ଦ୍ର ଦାସ, ଯାଜପୁର ପାଇଁ ଆକାଶ ଦାଶନାୟକ, ଝାରସୁଗୁଡ଼ା ପାଇଁ ଟଙ୍କଧର ତ୍ରିପାଠୀ, କଳାହାଣ୍ଡି ପାଇଁ ସୁଧିର ରଂଜନ ପାଟ୍ଟଯୋଶୀ, କନ୍ଧମାଳ ପାଇଁ ଉମା ଚରଣ ମଲ୍ଲିକ, କେନ୍ଦ୍ରାପଡ଼ା ପାଇଁ ଡ. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦୁଝର ପାଇଁ ଫକୀର ମୋହନ ନାଏକ, ଖୋର୍ଦ୍ଧା ପାଇଁ ପ୍ରଶାନ୍ତ କୁମାର ଜଗଦ୍ଦେବ, କୋରାପୁଟ ପାଇଁ ରଘୁରାମ ମାଛ, ମାଲକାନଗିରି ପାଇଁ ନରସିଂହ ମାଡକାମୀ, ମୟୂରଭଞ୍ଜ ପାଇଁ ଭାସ୍କର ମଢେଇ, ନବରଙ୍ଗପୁର ପାଇଁ ଗୌରିଶଙ୍କର ମାଝୀ, ନୟାଗଡ଼ ପାଇଁ ଦୁଷ୍ମନ୍ତ କୁମାର ସ୍ବାଇଁ, ନୂଆପଡ଼ା ପାଇଁ ଜୟ ଢୋଲକିଆ, ପୁରୀ ପାଇଁ ଓମ୍‌ ପ୍ରକାଶ ମିଶ୍ର, ରାୟଗଡ଼ା ପାଇଁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ବଲପୁର ପାଇଁ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ସୁବର୍ଣ୍ଣପୁର ପାଇଁ ରଘୁନାଥ ଜଗଦଲା, ସୁନ୍ଦରଗଡ଼ ପାଇଁ ଦୁର୍ଗା ଚରଣ ତନ୍ତିଙ୍କୁ ଦାୟିତ୍ୱ ମିଳିଛି।