ଯୁବକଙ୍କୁ ମହଙ୍ଗା ପଡିଲା ଷ୍ଟାଇଲିସ୍ ‘ଫାୟାର ହେୟାର କଟ୍’ । ସେଲୁନରେ ନିଆଁ ଲଗାଇ ଚୁଟି କାଟୁ କାଟୁ ହଠାତ୍ ନିଆଁ ଅନିୟନ୍ତ୍ରିତ ହୋଇଯାଇଥିଲା । ଫଳରେ ଯୁବକଙ୍କ ବେକ ଓ ଛାତି ପୋଡିଯାଇଥିଲା । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ବୁଧବାର ଦିନ ଯୁବକଙ୍କ କେଶରେ ନିଆଁ ଲଗାଯାଉଥିବା ବେ ଳେ ତାହା ବାର୍ବରଙ୍କ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା। ଫଳରେ ସେ ତରୁଣଙ୍କ ବେକ ଓ ଛାତି ପୋଡ଼ି ଗଲା। ଚିକିତ୍ସା ନିମନ୍ତେ ତାଙ୍କୁ ତୁରନ୍ତ ଏକ ଡାକ୍ତରଖାନାକୁ ନିଆଯାଇଥିଲା। କିନ୍ତୁ, ସେଠାରେ ତାଙ୍କୁ ବଲ୍ସାଡ୍ସ୍ଥିତ ‘ସିଭିଲ୍ ହସ୍ପିଟାଲ୍’କୁ ରେଫର୍ କରାଯାଇଥିବା କଥା ବାପି ଥାନା ପୁଲିସ କହିଛି।