ଭୁବନେଶ୍ୱର, ୦୬/୦୩: ଖୋଲାଖୋଲି ଭାବେ ଗ୍ୟାସ୍ ବିକ୍ରି ଓ ୫ କେଜି ଗ୍ୟାସ ବିକ୍ରି ବନ୍ଦକୁ ନେଇ ଗତ କାଲି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଘୋଷଣା କରିଥିବା ବେଳେ ଆଜି ପୁଣି ୟୁ-ଟର୍ଣ୍ଣ ମାରିଛନ୍ତି। ୫ କେଜି ଗ୍ୟାସ୍ ବିକ୍ରିକୁ ନେଇ ସ୍ପଷ୍ଟୀକରଣ ରଖିଲା ଖାଦ୍ୟ ଯୋଗାଣ ବିଭାଗ।
କୈବଳ ତୈଳ ମାର୍କେଟିଂ କମ୍ପାନୀ ହିଁ ଗ୍ୟାସ ବିକ୍ରି କରିପାରିବେ। ସେମାନଙ୍କ ଠାରୁ ପ୍ରବାସୀ ଶ୍ରମିକ ଓ ଛାତ୍ରଛାତ୍ରୀ କିଣିପାରିବେ ୫ କେଜି ସିଲିଣ୍ଡର। ପ୍ରବାସୀ ଶ୍ରମିକ ଏବଂ ଛାତ୍ରଛାତ୍ରୀ ସେମାନଙ୍କ ପରିଚୟ ପତ୍ର ଦେଖାଇ ୫ କେଜି ଗ୍ୟାସ୍ ନେଇପାରିବେ। e-KYC ହୋଇଥିଲେ ପରିଚୟପତ୍ର ଦେଖାଇ କିଣିପାରିବେ ବୋଲି ବିଭାଗ କହିଛି।
ସୂଚନାଯୋଗ୍ୟ, ଗତ କାଲି ମନ୍ତ୍ରୀଙ୍କର ଏହି ଘୋଷଣା ପରେ ଘେରିଥିଲେ ବିଜେଡ଼ି ଓ କଂଗ୍ରେସ। ଏଭଳି ନିଷ୍ପତ୍ତି ଦ୍ଵାରା ଛାତ୍ରଛାତ୍ରୀ ଓ ଗରିବ ପରିବାର ପ୍ରଭାବିତ ହେବେ ବୋଲି କହିଥିଲେ।