ଶପଥ ନେଲେ ଓଡ଼ିଶାର ରାଜ୍ୟସଭା ସାଂସଦ

ଓଡ଼ିଆରେ ଶପଥ ଗ୍ରହଣ କଲେ

ନୂଆଦିଲ୍ଲୀ, ୦୬/୦୪: ପଶ୍ଚିମବଙ୍ଗ, ଓଡ଼ିଶା, ତାମିଲନାଡୁ ଏବଂ ପଶ୍ଚିମବଙ୍ଗରୁ ରାଜ୍ୟସଭାକୁ ନିର୍ବାଚିତ ସାଂସଦମାନେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିଛନ୍ତି।

ଏନସିପି-ଏସସିପି ମୁଖ୍ୟ ଶରଦ ପାୱାର, କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ ଏବଂ ଡିଏମକେର ତିରୁଚି ଶିବଙ୍କ ସମେତ ନେତାମାନେ ଶପଥ ଗ୍ରହଣ କରିଛନ୍ତି।

ଓଡ଼ିଶାରୁ ନବନିର୍ବାଚିତ ସାଂସଦ ଯଥାକ୍ରମେ ବିଜେପିର ମନମୋହନ ସାମଲ, ସ୍ୱାଧୀନ ଭାବେ ନିର୍ବାଚିତ ହୋଇଥିବା ଦିଲ୍ଲୀପ ରାୟ ଓ ବିଜେଡ଼ିର ସନ୍ତୃପ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ଓଡ଼ିଆରେ ଶପଥ ଗ୍ରହଣ କରିଛନ୍ତି ସାଂସଦମାନେ।

ଅନ୍ୟପଟେ ନୀତିଶ କୁମାର ଏପ୍ରିଲ ୧୦ରେ ରାଜ୍ୟସଭା ସାଂସଦ ଭାବେ ଶପଥ ନେବେ ବୋଲି ସୂଚନା ମିଳିଛି।