୧୦ କିଲୋ ବ୍ରାଉନସୁଗାର ଜବତ: ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ

ଚଳିତ ବର୍ଷ ସବୁଠାରୁ ବଡ଼ ପରିମାଣ ବ୍ରାଉନସୁଗାର ଜବତ କରିଛି ପୋଲିସ । ୧୦ କେଜିର ବ୍ରାଉନସୁଗାର ଜବତ କରାଯାଇଛି। ଯାହାର ଆନୁମାନିକ ମୂଲ୍ୟ ୧୧ କୋଟିରୁ ଅଧିକ ହେବ । ଏନେଇ ସୂଚନା ଦେଲେ ଆଇଜି ହିମାଂଶୁ ଲାଲ । ଏହି ଘଟଣାରେ ୬ ଜଣ ଧଳା ଜହର ବ୍ୟବସାୟୀ ଗିରଫ ହୋଇଛନ୍ତି । ମୁଖ୍ୟ ଅଭିଯୁକ୍ତ ମଧ୍ୟପ୍ରଦେଶର ବୋଲି ସୂଚନା ମିଳିଛି ।