ନନ୍ଦନକାନନରେ ଅସୁସ୍ଥ ହାତୀ ପ୍ରେମାର ମୃତ୍ୟୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନର ବୟସ୍କା ହାତୀ ପ୍ରେମାର ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି। ଜୁଲାଇ ମାସରୁ ପ୍ରେମା ଅସୁସ୍ଥ ହୋଇଥିଲା । ସେ ଗତ କାଲିଠାରୁ ହାତୀ ଶାଳର ଚଟାଣରେ ଶୋଇ ରହୁଥିଲା। ଗୋଡ ଲଗାଇ ଉଠି ଛିଡା ହୋଇ ପାରୁନଥିଲା। ଶେଷରେ ଆଖି ବୁଜିଦେଇଛି ପ୍ରେମା । ହାତୀ ପ୍ରେମାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୩ ହାତୀ ରହିଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ପ୍ରେମା ଗତ ଜୁଲାଇ ମାସରୁ ଅସୁସ୍ଥ ହୋଇଥିଲା । ତା ଆଗ ପାଖ ବାମ ଗୋଡ ପାଦର ନଖ ଫୁଲି ପୂଜ ଦେବାରୁ ତାକୁ ଚିକିତ୍ସା କରାଯାଉଥିଲା। ପରେ ବୈଷୟିକ କମିଟି ଓ ସ୍ଵାସ୍ଥ୍ୟ କମିଟିର ମିଳିତ ସ୍ୱାସ୍ଥ୍ୟ ପରୀକ୍ଷା ପରାମର୍ଶକ୍ରମେ ହୋଇଥିବା ଏକ ଛୋଟ ଫଙ୍ଗସ ଟ୍ୟୁମରକୁ ସେହି ମାସ ୨୩ ତାରିଖରେ ଅସ୍ତ୍ରୋପଚାର କରାଯାଇଥିଲା ।