ଧଉଳି ଶାନ୍ତି ସ୍ତୂପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଧଉଳି ଶାନ୍ତି ସ୍ତୂପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଧଉଳିର ସୁବର୍ଣ୍ଣ ଜୟନ୍ତି ସମାରୋହରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ଉତ୍କଳର ଐତିହ୍ୟ, ଅସ୍ମିତାର ନିଦର୍ଶନ ଶାନ୍ତି ସ୍ତୂପ ଧଉଳି । ଯେଉଁଠି ବିନା ରାଜାରେ ମଧ୍ୟ ଜୟ ଲାଭ କରିଥିଲା କଳିଙ୍ଗ  । ଯେଉଁଠି ମଗଧର ରାଜା ସମ୍ରାଟ ଅଶୋକଙ୍କୁ ଚଣ୍ଡାଶୋକରୁ ଧର୍ମାଶୋକରେ ପରିଣତ କରିଥିଲେ  ।

କାରଣ  ଶାନ୍ତିର ନାହିଁ କୌଣସି ବିକଳ୍ପ । ପ୍ରତ୍ୟେକ ସ୍ତରରେ ଏହା ସ୍ବତନ୍ତ୍ର ମୂଲ୍ୟ ରହିଛି । ଆସନ୍ତୁ ଏକାଠି ହୋଇ ମିଳିତ ଭାବେ ଆଗାମୀ ପିଢି ଲାଗି ଏକ ସୁରକ୍ଷିତ ବିଶ୍ବ ଗଠନ କରିବା । ଧଉଳି ଶାନ୍ତିସ୍ତୂପର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଏହି ଆହ୍ବାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।